Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ୱଶୂରକୁ ପିଟିପିଟି ମାରିଦେଲା ଜ୍ୱାଇଁ

by ସଞ୍ଜୟ ସ୍ୱାଇଁ
June 20, 2021
in Crime, State
ଶ୍ୱଶୂରକୁ ପିଟିପିଟି ମାରିଦେଲା ଜ୍ୱାଇଁ
341
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ସଦରଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସଂପତ୍ତି ଲୋଭରେ ଜ୍ୱାଇଁ ଜଣକ ଶ୍ୱଶୂରକୁ ପିଟିପିଟି ମାରି ଦେଇଥିବା ନେଇ ଅଭିଯୋଗ ହେବା ପରେ ପୁଲିସ୍ ଜ୍ୱାଇଁକୁ ଗିରଫ୍ କରି ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପାତ୍ରଭାଗ ଗାଁର ବୟସ୍କ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ପିଟିପିଟି ମାରି ଦିଆଯାଇଛି । ଖବର ପାଇ ଘଟଣାସ୍ଥଳରେ ସଦରଥାନା ପୁଲିସ୍ ପହଞ୍ଚି ପୂର୍ଣ୍ଣଚନ୍ଦ୍ରଙ୍କ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ସଂପତ୍ତି ଲୋଭରେ ତାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ବିଶେଷସୁତ୍ରରୁ ପୁଲସ ଜାଣିବାକୁ ପାଇଛି ଯେ, କିଛିଦିନ ହେଲା ପୂର୍ଣ୍ଣଚନ୍ଦ୍ରଙ୍କ ସଂପତ୍ତିକୁ ନେଇ ଝିଅ ଜ୍ୱାଇଁଙ୍କ ସହିତ ପୂର୍ଣ୍ଣଚନ୍ଦ୍ରଙ୍କ ବିବାଦ ଲାଗି ରହିଥିଲା । ସେହି କାରଣରି ଝିଅ ଜ୍ୱାଇଁ ଆସି ଘରେ ରହିଥିବା ବେଳେ ଶନିବାର ରାତିରେ ଖାଇ ସାରି ସମସ୍ତେ ଶୋଇଥିଲେ । ଆଜି ସକାଳୁ ପୂର୍ଣ୍ଣଚନ୍ଦ୍ର ଶୋଇଥିବା ଘରୁ ପାଟିତୁଣ୍ଡ ଶୁଭିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କୁ ମାଡ ମରାଯାଉଥିବା ଶବ୍ଦ ମଧ୍ୟ ପୁଅକୁ ହେଉଥିଲା । ପୁଆ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ବାହାର ପଟୁ କବାଟ ଦେଇ ଦେଇଥିଲେ । ପରେ କୌଣସି ମତେ କବାଟ ଖୋଲି ବାହାରକୁ ବାହାରି ଦେଖନ୍ତି ତ ବାପା ପୂର୍ଣ୍ଣଚନ୍ଦ୍ର ବେହୋସ ହୋଇ ପଡିଛନ୍ତି । ତାଙ୍କୁ ସାଙ୍ଗେ ସାଙ୍ଗେ ପୁଅ ପରେଶ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସଦରଥାନା ପୁଲିସ୍ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଜ୍ୱାଇଁ ଗିରିଷ ଦେହୁରୀକୁ ଗିରଫ୍ କରିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!