ଢେଙ୍କାନାଳ,(ବାଘୁଆବାର୍ତ୍ତା): କପିଳାଶ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାରିଙ୍କ ରାଜ୍ ବଢିବାରେ ଲାଗିଛି । ଶିକାରୀମାନେ ବାରମ୍ବାର ଅଭୟାରଣ୍ୟରେ ଶୀକାର କରି ଚାଲିଥିଲେ । ଚଢଉ ଓ ଧରପଗଡ଼ ସତ୍ତେ୍ୱ ଶିକାରୀମାନଙ୍କ ଉପଦ୍ରବ କମୁନଥିଲା । ଫଳରେ ଢେଙ୍କାନାଳ ଜିଲ୍ଲାରେ ଥିବା କପିଳାଶ ବନାଞ୍ଚଳ ବନ କର୍ମଚାରୀଙ୍କ ପକ୍ଷରୁ ଆଜି ଅଚାନକ୍ କପିଳାଶ ଅଭୟାରଣ୍ୟରେ ଚଡାଉ କରାଯାଇଥିଲା । ଏହି ଚଢ଼ାଉ ବେଳେ ଶିକାର ଉଦ୍ୟମ କରୁଥିବା ଏକ ଚାରିଜଣିଆ ଶିକାରୀ ଗ୍ୟାଙ୍ଗ ବନକର୍ମଚାରୀଙ୍କ ହାତରେ କାବୁ ହୋଇଛନ୍ତି । ସେମାନଙ୍କଠାରୁ ୨ଟି ବନ୍ଧୁକ, ଶହେରୁ ଉର୍ଦ୍ଧ୍ବ ତାର ଓ ଲାଇଟ୍ ଆଦି ଶିକାର ସରଞ୍ଜାମ ଜବତ କରିଛନ୍ତି ବନ କର୍ମଚାରୀ । କାବୁ ହୋଇଥିବା ଶିକାରୀମାନେ ସ୍ଥାନୀୟ ଗଁନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ ଅଞ୍ଚଳର ଇନ୍ଦ୍ରଜିତ କର, ଅମରେନ୍ଦ୍ର ମହାପାତ୍ର, ମହେନ୍ଦ୍ର ସାହୁ ଓ ପତିତପାବନ ନାଏକ ବୋଲି ଜଣାପଡିଛି । ସେମାନଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଛି ।






