ନୟାଗଡ଼,(ବାଘୁଆବାର୍ତ୍ତା): ଭାରତୀୟ ଏବଂ ରାଜ୍ୟ ଆଇନଜିବୀ ପରିଷଦ ଓକିଲ ମାରଣ ନୀତି ପାଇଁ ଓକିଲଙ୍କ ମୌଳିକ ସମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ଉଦ୍ୟମକୁ ବିରୋଧ କରି ନୟାଗଡର ଆଇନଜୀବିମାନେ ଆଜି ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଗାନ୍ଧୀ ପ୍ରତିମୂର୍ତ୍ତିଠାରେ ଦିନିକିଆ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । ଓକିଲମାନେ ଆନ୍ଦୋଳନ କରି ପାରିବେନି ବୋଲି ମାନନୀୟ ସର୍ବୋଚ୍ଚ ଅଦାଲତଙ୍କ ଟିପ୍ପଣୀକୁ ରାଜ୍ୟ ବ୍ୟାପି ଆଇନଜୀବି ମାନେ ବିରୋଧ କରୁଛନ୍ତି । ଭୁବନେଶ୍ୱରବାର ଆସୋସିଏସନ ଠାରେ ସମଗ୍ର ରାଜ୍ୟର ବିଭିନ୍ନ ଓକିଲ ସଂଘ କର୍ମକର୍ତାଙ୍କୁ ନେଇ ଆୟୋଜିତ ବୈଠକରେ ରାଜ୍ୟବ୍ୟାପି ସତ୍ୟାଗ୍ରହ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ହୋଇଥିଲା । ଆଜିର ଏହି ସତ୍ୟାଗ୍ରହ ଆନ୍ଦୋଳନରେ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଅମୀୟ ପଟ୍ଟନାୟକ, ରଣଜିତ ଦାଶ, ପୂର୍ବତନ ସମ୍ପାଦକ କାଳୁଚରଣ ସ୍ୱାଇଁ, ବରିଷ୍ଠ ଆଇନଜୀବି ବଂଶୀଧର ରାଉତରାୟ, କାର୍ତ୍ତିକ ନାୟକ, ଅରୁଣ ମହାପାତ୍ର, ପ୍ରଶାନ୍ତ ଜେନା, ପ୍ରତାପ ନନ୍ଦ, ଚିତ୍ତରଞ୍ଜନ ପ୍ରଧାନ, ପ୍ରଶାନ୍ତ ମିଶ୍ର, ଜିତେନ୍ଦ୍ର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ପ୍ରମୋଦ ଦାସ, ସଂସାରୀ ସାହୁ, ନୀଳମାଧଵ ମିଶ୍ର, କାଳିକିଙ୍କର ପୃଷ୍ଟି, ସନ୍ତୋଷ କୁମାର ରାଉତରାୟ, କୃପାସିନ୍ଧୁ ଦାସ, ଶିବାଶିଷ ମହାନ୍ତି, ଲଲାଟେନ୍ଦୁ ମାନସିଂହ, କୁଳେଶ ମହାନ୍ତି, ତ୍ରିନାଥ ନାୟକ, ଚତୁର୍ଭୁଜ ପ୍ରଧାନ, ବିଶ୍ୱଜିତ ଆଚାର୍ଯ୍ୟ, ବିଜୟ ଦାଶ, ଚନ୍ଦ୍ରବିଜୟୀ ମିଶ୍ର, ଶିବଶଙ୍କର ବିଶ୍ୱାଳ, ସଞ୍ଜୟ ନାୟକ, କିଶୋର ଚନ୍ଦ୍ର ମହାପାତ୍ର ଗୌରାଙ୍ଗ ନାୟକ ଏବଂ ପ୍ରବାସିନୀ ନନ୍ଦ ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ସାମିଲ ହୋଇ ସମ୍ପ୍ରତ୍ତି ଆଇନଜୀବିଙ୍କ ଉପରେ ଚାଲିଥିବା ଦମନମୂଳକ ନୀତିକୁ ବିରୋଧ କରିବା ସହ ରାଜ୍ୟ ଆଇନଜୀବି ପରିଷଦ ନିର୍ବାଚନ ତୁରନ୍ତ କରାଇବା ପାଇଁ ଦାବୀ ରଖିଥିଲେ ।






