ନୟାଗଡ଼,(ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଏନ୍ଏସିରେ ବିଭିନ୍ନ ଦୁର୍ନୀତି ହୋଇଥିବା ନେଇ ମଙ୍ଗଳବାର ପୂର୍ବାହ୍ନରୁ ପୂର୍ବତନ କାଉନସିଲର ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ୫୦ରୁ ଉଦ୍ଧ୍ୱର୍ ଜନସାଧାରଣ ଗଣଧାରଣାରେ ସାମିଲ ହୋଇଥିବା ଜଣାଯାଇଛି । ଗରୀବ, ନୀରିହ ଜନସାଧାରଣ, ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ଚୟନରେ ଅନିିୟମିତତା, ଜାଗା ମିଶନ ଯୋଜନାରେ ଭୂମିହୀନ ବ୍ୟକ୍ତି ବିଶେଷଙ୍କୁ ପଟ୍ଟା ପ୍ରଦାନରେ ପ୍ରୀୟାପ୍ରିତି ତୋଷଣ ସାଙ୍ଗକୁ ଅଯୋଗ୍ୟ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିବା ଅଭିଯୋଗ ହେଉଛି । ଉପରୋକ୍ତ ସମସ୍ତ ଅଭିଯୋଗର ତଦନ୍ତ ସହ ଦୁର୍ନୀତିର ପର୍ଦ୍ଦାଫାସ ନହେବା ପର୍ଯ୍ୟନ୍ତ ଗଣଧାରଣା ଚାଲୁ ରହିବ ବୋଲି ଧାରଣାରତ ବ୍ୟକ୍ତିମାନେ ସୂଚନା ଦେଇଛନ୍ତି ।






