Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାହାଘର ଠିକ୍ ହେଲା ବୋଲି ଧରମ ଭଉଣୀର ବେକ କାଟିଦେଲେ, ନିଜେ ଜୀବନ ହାରିଲେ

by ସଞ୍ଜୟ ସ୍ୱାଇଁ
October 6, 2024
in Crime, State
ବାହାଘର ଠିକ୍ ହେଲା ବୋଲି ଧରମ ଭଉଣୀର ବେକ କାଟିଦେଲେ, ନିଜେ ଜୀବନ ହାରିଲେ
122
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଧରମ ଭଉଣୀ କହି ଘରକୁ ଯû ଆସ କରୁଥିଲେ। ନିଜକୁ ସଚ୍ଚା ଭାଇ ବୋଲି ପରିଚୟ ଦେଉଥିଲେ। ପରିବାର ଲୋକଙ୍କ ସହିତ ଭାବ ଯୋଡ଼ିଥିଲେ। ହେଲେ ଭଉଣୀର ବାହାଘର ଠିକ୍‌ ହେଲା ବୋଲି ତା’ ବେକ କାଟିଦେଲା ଧରମ ଭାଇ! ଏପରି ଅଭିଯୋଗ ଆସିଛି କେନ୍ଦୁଝର ସଦର ଥାନା ଅଞ୍ଚଳରୁ। ହେଲେ ଦୁର୍ଭାଗ୍ୟର ବିଷୟ ଯେଉଁଦିନ ଧରମ ଭଉଣୀର ବେକ କାଟିଥିଲେ, ସେହି ଦିନ ଝାରସୁଗୁଡ଼ା ରେଳ ଲାଇନ୍‌ରୁ ମିଳିଲା ଧରମ ଭାଇର ମୃତଦେହ। କେନ୍ଦୁଝର ଟାଉନ୍‌ ଥାନା ବରାଳ ଲଜ ଗଳିରେ ମାଳତୀ ବେହେରା(ଛଦ୍ମନାମ)ଙ୍କ ଘର। ସିଏ ତାଙ୍କ ପରିବାର ଲୋକଙ୍କ ସହିତ ରହୁଥିଲେ। ତାଙ୍କର ସମ୍ପର୍କୀୟ ଭାଇ ହେଉଛନ୍ତି ଭଦ୍ରକ ଜିଲ୍ଲାର ଅଜୟ ସାହୁ। ଅଜୟ କେନ୍ଦୁଝର ଟାଉନ୍‌ରେ ଘର ଭଡ଼ା ନେଇ ରହୁଥିବା ବେଳେ ନିୟମିତ ମାଳତୀଙ୍କ ଘରକୁ ଯିବା ଆସିବା କରୁଥିଲେ। ଉଭୟଙ୍କ ଭିତରେ ଭଲ ସମ୍ପର୍କ ଥିଲା। ସମ୍ପର୍କୀୟ ଭାଇ ହିସାବରେ ଅଜୟଙ୍କୁ ମାଳତୀଙ୍କ ପରିବାର ଲୋକେ ଜାଣିଥିଲେ। ତେବେ ଏହାରି ଭିତରେ ୨୦ ବର୍ଷୀୟା ମାଳତୀଙ୍କ ବାହାଘର ଠିକ୍‌ ହୋଇଥିଲା। ସେଥିପାଇଁ ସେ ବହୁତ ଖୁସି ଥିଲେ। ଗତ ୪ ତାରିଖ ଶୁକ୍ରବାର ପୂର୍ବାହ୍ନରେ ମାଳତୀ ଘରେ ଏକାକୀ ଥିଲେ। ସାନ ଭଉଣୀ କଲେଜ ଯାଇଥିବା ପରିବାର ଲୋକ ଅନ୍ୟ କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ମାଳତୀଙ୍କ ଘରକୁ ଆସିଥିଲେ ଅଜୟ। ଆଉ ଏକ ଧାରୁଆ ଅସ୍ତ୍ରରେ ମାଳତୀଙ୍କ ବେକ କାଟି ଚମ୍ପଟ ମାରିଥିଲେ। ମାଳତୀଙ୍କ ରକ୍ତାକ୍ତ ମୃତଦେହ ଦେଖି ପରିବାର ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ଟାଉନ୍‌ ଥାନା ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ସିସିଟିଭି ଫୁଟେଜ ଓ ଅନ୍ୟାନ୍ୟ ସାଇଣ୍ଟିଫିକ୍‌ ତଥ୍ୟ ଅଧାରରେ ପୁଲିସ୍‌ ଜାଣିବାକୁ ପାଇଥିଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅଜୟ ସାହୁ। ତେଣୁ ଅଜୟଙ୍କୁ ଧରିବା ପାଇଁ କେନ୍ଦୁଝର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ୬ଟି ଟିମ୍‌ ଗଠନ କରାଯାଇଥିଲା। ଅଜୟ ପାଖରେ ପହଞ୍ଚିବା ପାଇଁ ପୁଲିସ୍‌ ତାଙ୍କ ପରିବାର ଲୋକଙ୍କୁ ଆଣି ଜେରା କରୁଥିଲା। ହେଲେ ଅଜୟଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଉନଥିଲା। କେନ୍ଦୁଝର ଏସ୍‌ପି ନିତିନ କୁଶଲକର କହିଛନ୍ତି, ଆଜି ସକାଳେ ଝାରସୁଗୁଡ଼ା ଜିଆର୍‌ପିଠାରୁ ଅଜୟ ସାହୁଙ୍କ ସମ୍ପର୍କରେ ସୂଚନା ମିଳିଥିଲା। ଝାରସୁଗୁଡ଼ା ଜିଆର୍‌ପିଙ୍କ କହିବା ଅନୁସାରେ ଗତ ୪ ତାରିଖରେ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଥିଲା। ତଦନ୍ତ ବେଳେ ଜଣାପଡ଼ିଛି ମୃତ ଯୁବକଙ୍କ ନାଁ ଅଜୟ ସାହୁ। ତେବେ ଅଜୟଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ। ତାହା ଉପରେ ତଦନ୍ତ ଚାଲିଥିବା କେନ୍ଦୁଝର ଏସ୍‌ପି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!