ଓଡ଼ଗାଁ(ବାଘୁଆବାର୍ତ୍ତା): ଦୀର୍ଘ ୬୦୦ବର୍ଷରୁ ଉର୍ଦ୍ଧ୍ବ ତଥା ନୟାଗଡ଼ ରାଜାଙ୍କ ୧୧ ପୁରୁଷ ପୂର୍ବରୁ ସ୍ଥାପିତ ଓଡ଼ଗାଁ କୋମଣ୍ଡରେ ଅବସ୍ଥାପିତ ଶ୍ରୀ ଶ୍ରୀ ଡ଼ଙ୍କନାଶନ ଜୀଉଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ବୈଠକରେ ସର୍ବସମ୍ମତିକ୍ରମେ ଆସନ୍ତା ୨୪ ତାରିଖରୁ ଶୁଭ ମୁହୂର୍ତ୍ତରେ ପ୍ରଭୁଙ୍କ ନୂତନ ବିଗ୍ରହ ନିର୍ମାଣ କାର୍ଯ୍ୟକ୍ରମ ,ସ୍ୱତନ୍ତ୍ରଭାବେ ନିର୍ମିତ ଶାଲାଘର ମଧ୍ୟରେ ପୁରୀରୁ ଆସିଥିବା କାରିଗରମାନଙ୍କ ଦ୍ୱାରା ଆରମ୍ଭ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।
ଏପ୍ରିଲ ୧୭ ତାରିଖରେ ଅଙ୍କୁରାରୋପଣ ନୀତି ଏବଂ ୧୮ ତାରିଖରେ ନାମଯଜ୍ଞକାର୍ଯ୍ୟ କରିବା ନିମନ୍ତେ ଧାର୍ଯ୍ୟ କରାଯାଇଛି ।
ଏପ୍ରିଲ ୨୧ରେ ନୂତନ ବିଗ୍ରହଙ୍କ ପ୍ରତିଷ୍ଠା ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ୨୪ ରେ ନୂତନ ବିଗ୍ରହଙ୍କ ପ୍ରତିମାର ଶୁଭାରମ୍ଭ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ବୋଲି କୋମଣ୍ଡ ସରପଞ୍ଚ ସୁଶାନ୍ତ ଦଳେଇ ସୂଚନା ଦେଇଛନ୍ତି ।ଆଗାମୀ ଦିନରେ ପ୍ରଭୁଙ୍କ ମନ୍ଦିର ନିକଟରେ ଅବ୍ୟବହୃତ ହୋଇ ପଡ଼ିଥିବା ପୋଖରୀକୁ ପୋତି ସର୍ବସାଧାରଣଙ୍କ ପାଇଁ ଏକ ପାର୍କର ନିର୍ମାଣ କରାଯିବା ସହ ପ୍ରଭୁଙ୍କ ମନ୍ଦିରର ପୁନରୁଦ୍ଧାର ଏବଂ କୋମଣ୍ଡ ଗୋହିଆ ପୋଖରୀକୁ “ଆଦର୍ଶ ପୋଖରୀ”ରୂପେ ପରିଣତ କରିବା ନିମିତ୍ତ ନିଷ୍ପତ୍ତି ନିଆଯାଇଛି ।
ଆଜିର ବୈଠକରେ ଜିଲ୍ଲାପରିଷଦ ସଭ୍ୟ ଲୋକନାଥ ସାହୁ,ବିଭୁପ୍ରସାଦ ସାହୁ ,ପୂର୍ବତନ ସରପଞ୍ଚ ଶ୍ରୀଧର ସାହୁ ,ନିଳମଣୀ ସାହୁ ,ବିଜନ ପାଇକରାୟ ଏବଂ କୋମଣ୍ଡ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ।






