ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୧୭ଟି ଜିଲ୍ଲାରୁ ଅଦ୍ୟାବଧି ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ୍ ରବିଧାନ ସଂଗ୍ରହ କରାଯାଇଛି । ମଣ୍ଡିରେ ସାମାଜିକ ଦୂରତ୍ୱ ଓ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବରେ ଅନୁପାଳନ କରାଯାଇ ରବିଧାନ ସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପଂଜୀକୃତ ଚାଷୀମାନଙ୍କୁ ମଣ୍ଡିରେ ଧାନ ବିିକି୍ର ନିମନ୍ତେ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ରବିଧାନ ବିକି୍ର ନିମନ୍ତେ ରାଜ୍ୟର ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ସେମାନଙ୍କ ନାମ ପଂଜୀକରଣ କରିଥିବାବେଳେ ୨ ଲକ୍ଷ ୨୨ ହଜାର ୮୨୩ ଜଣ ଚାଷୀଙ୍କ ଜମିଜମା ତଥ୍ୟ, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଓ ଜଳସେଚିତ ଜମିର ପରିମାଣ ଆଦି ତଥ୍ୟର ଯାଞ୍ଚ ପ୍ରକ୍ରିୟା ସରିଛି । ଏଥି ମଧ୍ୟରୁ ଅଦ୍ୟାବଧି ୧ ଲକ୍ଷ ୨୬ ହଜାର ୪୫୨ ଜଣ ପଂଜୀକୃତ ଚାଷୀମାନଙ୍କଠାରୁ ରବିଧାନ ସଂଗ୍ରହ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୧୫୮୦ କୋଟି ୨୦ ଲକ୍ଷ ଟଙ୍କା । ରାଜ୍ୟରେ ୧୭ଟି ଜଲ୍ଲାରୁ ରବିଧାନ ସଂଗ୍ରହ ହେଉଥିବାବେଳେ ଅଧିକ ଧାନସଂଗ୍ରହ କରାଯାଇଥିବା ଜିଲ୍ଲା ମଧ୍ୟରୁ ବରଗଡ଼ ଜିଲ୍ଲାରେ ୩,୬୭,୭୧୨ ମେଟ୍ରିକ ଟନ୍, ସୁବର୍ଣ୍ଣପୁରରେ ୧,୩୯,୫୮୯ ମେଟ୍ରିକ ଟନ, କଳାହାଣ୍ଡି ୧,୨୦,୧୯୧ ମେଟ୍ରିକ ଟନ, ସମ୍ବଲପୁର ୯୪,୦୫୭ ମେଟ୍ରିକ ଟନ୍, କୋରାପୁଟ ୩୪,୯୧୭ ମେଟ୍ରିକ ଟନ ଓ ବାଲେଶ୍ୱର ଜିଲ୍ଲାରୁ ୨୭,୧୩୦ ମେଟି୍ରକ୍ ଟନ ରବିଧାନ ସଂଗ୍ରହ ହୋଇଛି । ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ କରାଯିବ ।





