Wednesday, June 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗତବର୍ଷ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ ସଂଗ୍ରହ

by ସଞ୍ଜୟ ସ୍ୱାଇଁ
April 1, 2021
in State
ଚାଉଳ ଉଠାଣ ଦିଗରେ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପତ୍ର
129
VIEWS
Share on FacebookShare on Twitter

ଭୁବନେଶ୍ୱର, ,(ବାଘୁଆବାର୍ତ୍ତା): ୨୦୨୦-୨୧ ଖରିଫ୍‌ରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ପି-ପାସ୍‌ ଓ ଚାଷୀମାନଙ୍କୁ ଆଗୁଆ ଟୋକେନ୍‌ ପ୍ରଦାନ ମାଧ୍ୟମରେ ମୋଟ ୬୨ ଲକ୍ଷ ୯୩ ହଜାର ୭୫୨ ମେଟି୍ରକ୍‌ ଟନ୍‌ ଖରିଫ୍‌ ଧାନ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷ ଖରିଫ ଧାନ ସଂଗ୍ରହ ତୁଳନାରେ ୧୮ ପ୍ରତିଶତ ଅଧିକ । ଚଳିତ ବର୍ଷ ଗତବର୍ଷଠାରୁ ୯ ଲକ୍ଷ ୬୨ ହଜାର ମେଟି୍ରକ୍‌ ଟନ ଅଧିକ ଧାନ ସଂଗ୍ରହ କରାଯାଇପାରିଛି । ଗତବର୍ଷ ଖରିଫ୍‌ରେ ୫୩ ଲକ୍ଷ ୩୧ ହଜାର ୧୮୬ ମେଟି୍ରକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା । ସେହିପରି ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୨ ଲକ୍ଷ ୩୫ ହଜାର ୯୨୬ ଜଣ ଅଧିକ ଚାଷୀ ଖରିଫ୍‌ ଧାନ ବିକି୍ର କରିଛନ୍ତି । ଗତବର୍ଷ ସମୁଦାୟ ୯ ଲକ୍ଷ ୫୬ ହଜାର ୬୮୬ ଜଣ ପଂଜିକୃତ ଚାଷୀ ସେମାନଙ୍କ ଖରିଫ୍‌ ଧାନ ବିକିଥିବାବେଳେ ଚଳିତ ଖରିଫରେ ୧୧ ଲକ୍ଷ ୯୨ ହଜାର ୧୨ ଜଣ ପଂଜିକୃତ ଚାଷୀ ଧାନ ବିିକି୍ର କରିଛନ୍ତି । ସେହିପରି ଗତବର୍ଷ ସଂଗୃହୀତ ଖରିଫ ଧାନର ମୂଲ୍ୟ ୯ ହଜାର ୬୭୬ କୋଟି ଟଙ୍କା ହୋଇଥିବାବେଳେ ଚଳିତ ବର୍ଷ ସଂଗୃହୀତ ଧାନର ମୂଲ୍ୟ ମୋଟ ୧୧ ହଜାର ୭୫୬ କୋଟି ଟଙ୍କା ହୋଇଛି । ଚଳିତ ଖରିଫ୍‌ରେ ପ୍ରମୁଖ ଧାନ ସଂଗ୍ରହକାରୀ ଜିଲ୍ଲା ମଧ୍ୟରେ ବରଗଡ଼ ଜିଲ୍ଲାରେ ଗତବର୍ଷ ଖରିଫ ଧାନ ତୁଳନାରେ ୧୩ ପ୍ରତିଶତ ଅଧିକ ହୋଇଥିବାବେଳେ ବଲାଙ୍ଗୀରରେ ୨୨ ପ୍ରତିଶତ, ସମ୍ବଲପୁରରେ ୧୫ ପ୍ରତିଶତ କୋରାପୁଟରେ ୪୦ ପ୍ରତିଶତ, କଳାହାଣ୍ଡିରେ ୧୪ ପ୍ରତିଶତ, ନବରଙ୍ଗପୁରରେ ୨୮ ପ୍ରତିଶତ ଏବଂ ନୂଆପଡ଼ା ଜିଲ୍ଲାରେ ୨୭ ପ୍ରତିଶତ ଅଧିକ ହୋଇଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୨୦ ପ୍ରତିଶତ, ପୁରୀରେ ୨୬ ପ୍ରତିଶତ ଏବଂ କେନ୍ଦୁଝର ଜିଲ୍ଲାରେ ୨୬ ପ୍ରତିଶତ, ଭଦ୍ରକରେ ୩୬ ପ୍ରତିଶତ, କଟକରେ ୨୦ ପ୍ରତିଶତ, ଗଜପତିରେ ୩୫ ପ୍ରତିଶତ, କେନ୍ଦ୍ରାପଡ଼ା ଜିଲ୍ଲାରେ ୨୭ ପ୍ରତିଶତ ଓ ମୟୂରଭଞ୍ଜରେ ୩୩ ପ୍ରତିଶତ ଅଧିକ ଖରିଫ୍‌ ଧାନ ସଂଗ୍ରହ ହୋଇଛି । ଏଥିସହ ଗତବର୍ଷ ଅପେକ୍ଷା ଚଳିତ ଖରିଫରେ ଅଧିକ ୪୬ଟି ସୋସାଇଟିରେ ଧାନ ସଂଗ୍ରହ କରାଯାଇଥିଲା । ଗତବର୍ଷ ୨୮୩୫ଟି ସୋସାଇଟି ମାଧ୍ୟମରେ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ଖରିଫରେ ୨୮୮୧ଟି ସୋସାଇଟି ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିଲେ । ସେହିପରି ଗତବର୍ଷ ଖରିଫ ଧାନ ସଂଗ୍ରହ ନିମନ୍ତେ ୩୫୪୩ଟି ମଣ୍ଡି ଖୋଲା ଯାଇଥିବାବେଳେ ଚଳିତ ବର୍ଷ ୩୮୪୦ଟି ମଣ୍ଡି ଖୋଲା ଯାଇଥିଲା ତାହା ଗତବର୍ଷ ତୁଳନାରେ ୨୯୭ଟି ଅଧିକ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!