ନୟାଗଡ଼, (ବାଘୁଆବାର୍ତ୍ତା): ବହୁବିଧ ପଣ୍ୟ ଦ୍ରବ୍ୟ ବଜାର ପ୍ରାଙ୍ଗଣରେ ସରକାରୀ ଧାନକ୍ରୟ ଶୁଭାରମ୍ଭ କରାଯାଇଛି । ଜିଲ୍ଲା ଯୋଗାଣ ଅଧିକାରୀ ବଜେନ୍ଦ୍ର କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଉପଜିଲ୍ଲାପାଳ ତଥା ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଲଗ୍ନଜିତ ରାଉତ ବଜାର ନିୟନ୍ତ୍ରଣ କମିଟି ସଂପାଦକ ସୁଦାମ ଜେନା, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ସହକାରୀ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାଶ, ଡିଆସିଏସ୍ ଶୁଭକାନ୍ତି ତୁଙ୍ଗ, ଏଆର୍ସିଏସ୍ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ ପ୍ରମୂଖ ଯୋଗ ଧାନକ୍ରୟର ଶୁଭାରମ୍ଭ କରିବା ସହ ଜିଲ୍ଲା ସ୍ତରୀୟ ଧାନ ମଣ୍ଡିକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଅନେକ ସମବାୟ ସମିତିରେ ଧାନକିଣାରେ ଅନିୟମିତତା ହେଉଥିବାରୁ ଡିଆର୍ସିଏସ୍ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଚଳିତବର୍ଷ ଜିଲ୍ଲାର ୪୪ ହଜାର ଚାଷୀଙ୍କଠାରୁ ଧାନକିଣା ଯିବ ବୋଲି ସୂଚନା ମିଳିଛି ।





