ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଶ୍ରୀକୃଷ୍ନପୁରର ରୟାଲ ଢାବା ଏବଂ ବିହାରୀ ଢାବାରେ ନୟାଗଡ଼ ଅବକାରୀ ଅଧିକ୍ଷକ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ରଣପୁର ତହସିଲଦାର ଇପ୍ସିତ କୁମାର ସାହୁଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା । ରୟାଲ ଢାବାରୁ ୬୫୦ ମିଲି ବିଶିଷ୍ଟ ୧୪ଟି ଏବଂ ବିହାରୀ ଢାବାରୁ ୬୫୦ ମିଲି ବିଶିଷ୍ଟ ୧୦ଟି ବିୟର ବୋତଲ ଜବତ କରାଯାଇଥିଲା । ରୟାଲ ଢାବାର ମ୍ୟାନେଜର ଦଣ୍ଡପାଣି ବେହେରା ଓ ସହକାରୀ ମ୍ୟାନେଜର ପ୍ରଶାନ୍ତ କୁମାର ସ୍ୱାଇଁଙ୍କୁ ଅଟକ ରଖାଯାଇ ମାମଲା ରୁଜୁ କରାଯାଇଛି । ସେହିପରି ବିହାରୀ ଢାବାର ମ୍ୟାନେଜର ଗୋବିନ୍ଦ ଖମାରିଙ୍କୁ ଅଟକ ରଖାଯାଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।





