କଟକ,(ବାଘୁଆବାର୍ତ୍ତା): ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ଅପରାହ୍ନରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧିକ୍ଷକ, କଟକ ଓ ରାଉରକେଲା ର ରେଳବାଇ ଆରକ୍ଷୀ ଅଧିକ୍ଷକ, ଡି.ସି.ପି ଭୁବନେଶ୍ୱର ଓ ଡି.ସି.ପି କଟକ ଙ୍କ ସମେତ ସମସ୍ତ ରେଂଜର ଆଇ.ଜି ଓ ଡି.ଆଇ.ଜି, ପୋଲିସ କମିସନର କଟକ-ଭୁବନେଶ୍ୱର ମାନଙ୍କ ସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସମୀକ୍ଷା କରିଛନ୍ତି । ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବା ଏହି ବୈଠକରେ ଭୁବନେଶ୍ୱରରୁ ନିର୍ଦ୍ଦେଶକ ଏସ.ସି.ଆର.ବି, ନିର୍ଦ୍ଦେଶକ ଗୁଇନ୍ଦା ବିଭାଗ, ଆଇ.ଜି (ଅପେରେସନ୍), ଡି.ଆଇ.ଜି ଗୁଇନ୍ଦା ବିଭାଗ ପ୍ରମୁଖ ଭି.ଡି.ଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ହେଡକ୍ୱାଟର୍ସ), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା), ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚ, ଆଇ.ଜି କ୍ରାଇମବ୍ରାଞ୍ଚ, ଆଇ.ଜି (ପ୍ରୋଭିଜନିଂ), ଆଇ.ଜି (କାର୍ମିକ) ପ୍ରମୁଖ ପୋଲିସ ମୁଖ୍ୟାଳୟରୁ ବୈଠକରେ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଛତିଶଗଡ଼ରେ ମାଓବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଆରକ୍ଷୀ ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଗଣ ଦୁଇମିନିଟ ନୀରବ ପ୍ରାର୍ଥନା କରି ଶୋକବ୍ୟକ୍ତ କରିଥିଲେ । ଏହାସହ ସେମାନଙ୍କ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଥିଲେ । କରୋନା ଏନ୍ଫୋର୍ସମେଣ୍ଟ ଏବଂ ତତ୍ ସମ୍ପର୍କିତ ବିଭିନ୍ନ୍ ଜନହିତକର କାର୍ଯ୍ୟର ସମୀକ୍ଷା, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତ ଯୋଜନା ପ୍ରସ୍ତୁତ କରଯାଇଛି । ସେହିପରି ଡାଏଲ ୧୧୨ନଂ ର ପରିଚାଳନା ଏବଂ ଜାତୀୟ ରାଜପଥ ପେଟ୍ରୋଲିଂ ସମ୍ପର୍କିତ ସମୀକ୍ଷା । ଇ-ଅଭିଯୋଗରେ ବିଚାରଧିନ ସମ୍ପର୍କିତ ସମୀକ୍ଷା । ତଦନ୍ତ ସମ୍ପର୍କିତ ରେକର୍ଡ଼ର ଡିଜିଟାଲାଇଜେସନ (ମାଲଖାନା ପରିମାପର ମାନ, ୱାରେଣ୍ଟ ମ୍ୟାନେଜ୍ମେଣ୍ଟ ବ୍ୟବସ୍ଥା ଇତ୍ୟାଦି) । ଏମ-ପୋଲିସ୍ ଏବଂ ପାସପୋର୍ଟ ଯାଞ୍ଚ ର ସମୀକ୍ଷା । ଡ୍ରଗସ ସମ୍ପର୍କିତ ପ୍ରାକ୍ ବିଚାର ପ୍ରକ୍ରିୟା ସଂକ୍ରାନ୍ତୀୟ ନିଷ୍ପତ୍ତି । ଥାନାରେ ଜବତ ହୋଇ ପଡିରହିଥିବା ଗାଡ଼ି ଏବଂ ସେଗୁଡ଼ିକର ବ୍ୟବସ୍ଥାପନ । ବିଚାର ପ୍ରକ୍ରିୟା ସମୟରେ ପୋଲିସ ସାକ୍ଷୀଙ୍କର ଉପସ୍ଥିତି । ୨୦୨୧ ମସିହାରେ ବିଭିନ୍ନ ଜିନିଷପତ୍ରର ବଣ୍ଟନ/ଯୋଗାଣ ଏବଂ କ୍ରୟ ସମ୍ପର୍କିତ ସମୀକ୍ଷା କରାଯାଇଛି ।






