ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ ହୋଇଛି । ୧୯୯୫ ବ୍ୟାଚର ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ ପୁଲିସ କମିଶନର ଭାବେ ବଦଳି କରାଯାଇଥିବା ବେଳେ ପୁଲିସ କମିଶନର ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପୁଲିସ ଗୃହ ନିର୍ମାଣର ସିଏମଡି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ୧୯୮୮ବ୍ୟାଚର ଆଇପିଏସ ଏମ୍.ଅକ୍ଷୟଙ୍କୁ ଅଗ୍ନିଶମ ଡିଜି ଭାବେ ରାଜ୍ୟ ସରକାର ଦାୟୀତ୍ୱ ଦେଇଥିବା ସୂଚନା ମିଳିଛି ।





