ନୟାଗଡ଼, (ବାଘୁଆବାର୍ତ୍ତା) : ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ରଙ୍କୁ ଆଜି ନୟାଗଡ଼ ଶିକ୍ଷା ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଳ୍ଲା ଶିକ୍ଷାଧିକାରୀ ଲକ୍ଷ୍ମୀଧର ବେହେରା ଗତମାସ ୧୯ ତାରିଖରେ ଅଚାନକ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କ ବ୍ୟକ୍ତିଗତ କାରଣ ଦର୍ଶାଇ ଅଚାନକ ସ୍ୱେଚ୍ଛାକୃତ୍ତ ଅବସର ଆବେଦନ କରିଥିବା ବେଳେ ତାଙ୍କ ବଦଳରେ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଭାରପ୍ରାପ୍ତ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ (ବିଇଓ) ଦାୟିତ୍ୱ ଗ୍ରହଣ ଦିଆଯାଇଥିଲା । ବିଇଓ ଜିଲ୍ଲା ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ତାଙ୍କୁ କୈାଣସି ପାଓା୍ୱର ମିଳି ନଥିବାରୁ ମାସ ପହିଲାରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଦରମା ପାଇବାରୁ ବଂଚିତ ହୋଇଥିଲେ । ଯାହା ଫଳରେ ଆଜି ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ରଙ୍କୁ ଶିକ୍ଷା ବିଭାଗ ଦାୟିତ୍ୱ ପ୍ରଦାନ କରିଛନ୍ତି ।






