ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭିମସାରର ଜଣେ ବରିଷ୍ଠ ଡାକ୍ତରଙ୍କ ଜୀବନ ନେଇଛି ମହମାରୀ କରୋନା । ଉକ୍ତ ଡାକ୍ତର ଜଣଙ୍କ ହେଲେ ଡାକ୍ତର ଅଧ୍ୟାପକ ଅନୁପ ଶତପଥି । ସୂଚନାନୁସାରେ, ଭିମସାରରେ ବରିଷ୍ଠ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଥିବା ଡ଼ ଅନୁପ ଶତପଥି କିଛିଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ । ଚିକିତ୍ସା ପାଇଁ ମେ ୧ ତାରିଖରେ ଭିମସାରରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡ଼ ଶତପଥିଙ୍କୁ ମେ ୮ତାରିଖରେ ଅଶ୍ୱନୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଚିକିତ୍ସାରେ ସୁଧାର ନଆସିବାରୁ ପୁଣି ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବ ଶତପଥିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।






