Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା କାଳରେ ଚିନ୍ତା ବଢ଼ାଇଲା ଡେଙ୍ଗୁ

by ସଞ୍ଜୟ ସ୍ୱାଇଁ
July 24, 2021
in Health, State
କରୋନା କାଳରେ ଚିନ୍ତା ବଢ଼ାଇଲା ଡେଙ୍ଗୁ
126
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରେ ବେକାବୁ ହେଲାଣି ଡେଙ୍ଗୁ । ପଟିଆରୁ କଳ୍ପନା ଛକ ଯାଏ ସହର ସାରା ମାଳ ମାଳ ଲୋକ ଡେଙ୍ଗୁ ଆକ୍ରାନ୍ତ ହେଲେଣି । ମୋଟ ଡେଙ୍ଗୁ ସଂଖା ୨୪୯ ଛୁଇଁଛି । ସେଥିରୁ କିଛି ହସ୍ପିଟାଲରେ ଆଉ କିଛି ଘରେ ରହି ଚିକିତ୍ସିତ ହେଉଛନ୍ତି । ହେଲେ ବିଏମସି ପାଖରେ ତଥ୍ୟ ନାହିଁ । ବିଶେଷ କରି ନୀଳାଦ୍ରିବିହାର ଓ ଶୈଳଶ୍ରୀବିହାର ଅଞ୍ଚଳ ଡେଙ୍ଗୁର ହଟସ୍ପଟ୍‌ ପାଲଟିଛି । କଳ୍ପନା,ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, ପଦ୍ମାବତୀ ବିହାର ,ଚିନ୍ତାମଣିଶ୍ୱର ଓ ପୁରୁଣା ଭୁବନେଶ୍ୱରରେ ମଧ୍ୟ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରରେ ପରିବାର ପିଛା ୨ରୁ ୩ ଆକ୍ରାନ୍ତ ବାହାରୁଛନ୍ତି । କ୍ୟାପିଟାଲ ହସ୍ପିଟାଲ ଡେଙ୍ଗୁ ୱାର୍ଡରେ ଅଳ୍ପ ସଂଖ୍ୟକ ବେଡ୍‌ ରହୁଥିବାରୁ ଅନେକ ଆକ୍ରାନ୍ତ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି । ଏପଟେ କରୋନା ପ୍ରଭାବ ଥମିନଥିବା ବେଳେ ଜ୍ୱର ହେଲେ କରୋନା ନାଁ ଡେଙ୍ଗୁ ବୋଲି ଦ୍ୱନ୍ଦ ସୃଷ୍ଟି ହେଉଛି । ପରୀକ୍ଷା କରିବା ପରେ ଡେଙ୍ଗୁ ପଜିଟିଭ୍‌ ବାହାରୁଛି । ବିଏମସି ଆଖିଦୃଶିଆ ପଦକ୍ଷେପ ନନେବା ଡେଙ୍ଗୁ ବିଷୟରେ ସଚେତନତା ସୃଷ୍ଟି ହେଉନାହିଁ । ରାଜଧାନୀରେ ବିଭିନ୍ନ କଲୋନିରେ ପୁରୁଣା ଟାୟାର,ଫୁଲକୁଣ୍ଡ, ପ୍ଲ।।ଷ୍ଟିକ ଡବା, ବୋତଲ ଆଦି ଜମା ହୋଇରହିଛି । ବର୍ଷା ହେବା ଫଳରେ ସେଥିରୁ ଏଡିସ୍‌ ମଶା ବଂଶ ବୃଦ୍ଧି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨୪୯ରୁ ଉର୍ଦ୍ଧ ସଂକ୍ରମିତ ହୋଇଥିବା ସରକାରୀ ସ୍ତରରେ କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହାର ସଂଖ୍ୟା ଢେର ଅଧିକ । ଘରୋଇ ହସ୍ପିଟାଲରେ ଲୋକେ ଡେଙ୍ଗୁ ପରୀକ୍ଷା କରୁଥିବାରୁ ତାହା ଗ୍ରହଣ ହେଉନି । ଗତକାଲି ବିଏମ୍‌ସି ନିର୍ଦ୍ଦେଶାବଳୀ ଜାରି କରିଥିଲା । ଡେଙ୍ଗୁ ଖୋଜାଲୋଡ଼ା ଆରମ୍ଭ ହୋଇଛି । ଦିନେ ୨ ଦିନ ମଧ୍ୟରେ ବିଏମ୍‌ସି ସରକାରୀ, ବେସରକାରୀ ଦପ୍ତରରେ ଚଢଉ କରିବ ନେଇ ବିଏମ୍‌ସି ପକ୍ଷରୁ ସୂଚନା ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!