ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକ୍ ଅନ୍ତର୍ଗତ ଗୋଡିପଡାକୁ ବ୍ଲକ୍ ମାନ୍ୟତା ଦାବି କରି ଆଜି ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅଞ୍ଚଳରେ ବୁଦ୍ଧିଜୀବୀ , ଜନପ୍ରତିନିଧୀମାନେ ଏକଜୁଟ୍ ହୋଇ ଏହି ଦାବିପତ୍ର ଦେଇଛନ୍ତି । ଜିଲ୍ଲାର ତିନୋଟି ବ୍ଲକ୍ ନୟାଗଡ , ଓଡଗାଁ ଏବଂ ରଣପୁର ଠାରୁ ଗୋଡିପଡା ସମାନଭାବେ ୨୫କିମି ହୋଇଥିବା ବେଳେ ଏହି ଅଞ୍ଚଳରେ ଥିବା ପଞ୍ଚାୟତ ରଣପୁର ଏବଂ ଓଡଗାଁ ବ୍ଲକ୍ ଅଧିନରେ ରହିଛି ।

ଫଳରେ ଲୋକମାନେ ପ୍ରଶାସନିକ ସୁବିଧା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗୋଡିପଡାକୁ ବ୍ଲକ୍ ଘୋଷଣା କରିବା ପାଇଁ ବିଜୁ ବାବୁଙ୍କ ସମୟରୁ ଦାବି ହୋଇଆସୁଛି । କିଛି ବର୍ଷ ତଳେ ଏଥିପାଇଁ ସର୍ଭେ ମଧ୍ୟ କରାଯାଇ ଏହା ସରକାରଙ୍କ ବିଚାରାଧୀନ ରହିଛି । ସ୍ଥାନୀୟ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଗୋଡିପଡାକୁ ତୁରନ୍ତ ବ୍ଲକ୍ ମାନ୍ୟତା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।






