କଣାସ, (ବାଘୁଆବାର୍ତ୍ତା): ପୋଲିସ ଗାଡିକୁ ବୋମାମାଡ଼ । ଅଳ୍ପକେ ବର୍ତ୍ତିଲେ ଡେଲାଙ୍ଗ ପୋଲିସ । ପୁରୀ ଜିଲ୍ଲା ଡେଲାଙ୍ଗ କୁଆପଦା ଅଞ୍ଚଳରେ ଘଟିଛି ଘଟଣା । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ଅନ୍ୟ ଦୁଇ ଜଣ ଫେରାର ହେବାର ସକ୍ଷମ ହୋଇଛି । ଖବର ଅନୁଯାୟୀ, ଡେଲାଙ୍ଗ ଅଞ୍ଚଳରେ କିଛି ଦୁର୍ବୃତ୍ତ ରାହାଜାନୀ କରୁଥିଲେ । ଏହି ସମୟରେ ଡେଲାଙ୍ଗ ପୋଲିସ ଖବର ପାଇ ଚଢାଉ କରିଥିଲା । ହେଲେ ଏହି ଚଢାଉ ସମୟରେ ପୋଲିସ ଉପରକୁ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ହେଲେ ଅଳ୍ପକେ ବର୍ତ୍ତିଲେ ଡେଲାଙ୍ଗ ପୋଲିସ । ତେବେ ଏହି ବୋମାମାଡ଼ରେ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ରହିଛି । ଯାହାକୁ ଧରିବା ପାଇଁ ଡେଲାଙ୍ଗ ପୋଲିସ ପକ୍ଷରୁ ତନାଘନା ଜାରି ରଖିଛି । ଏହାସହିତ ଗୋଟିଏ ବନ୍ଧୁକ ସହିତ ଗୁଳି ଓ ଅଫୁଟା ବୋମା ମଧ୍ୟ ଜବତ ହୋଇଛି ।





