ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ କରୋନା ପଜିଟିଭ୍ ହୋଇଥିବା ନେଇ ବିଭିନ୍ନ ମହଲରେ ତାଙ୍କ ଆରୋଗ୍ୟ କାମନା କରାଯାଇଛି । ଏଥିସହିତ ଆଜି ବହୁ ଦଳୀୟ କର୍ମୀ ଓ ଶୁଭେଚ୍ଛୁ ଆଜି ଆଖଣ୍ଡଳମଣୀ ମନ୍ଦିରଠାରେ ଦୀପଦାନ କରିଛନ୍ତି । ଏହି ଦୀପଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସଂପାଦକ ଶ୍ରୀକାନ୍ତ ପଟ୍ଟନାୟକ, ନଗର ସଭାପତି ଅମୁଲ୍ୟ ମହାନ୍ତି, ସାମ୍ବାଦିକ ରାମକୃଷ୍ଣ ରଥ, ପୂର୍ବତନ କାଉନଂସିଲର ନେତ୍ରାନନ୍ଦ ସାହୁ ପ୍ରମୂଖ ଉପସ୍ଥିତ ରହିଥିଲେ ।






