ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ଦୀପ ଦାନ ଚାଲିଛି । ଏହି ଅବସରରରେ ଗତକାଲି ଇଟାମାଟି ପଂଚାୟତରେ ଦଳୀୟ କର୍ମୀ ଏବଂ ଶୁଭେଚ୍ଛୁମାନେ ଦୀପଦାନ କରିଥିବା ଜଣାଯାଇଛି । ନାରାୟଣୀ ଠାକୁରାଣୀଙ୍କୁ ପୀଠରେ ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ସରପଂଚ ସୋନାଲିକା ମନ୍ଥନ, ସମିତି ସଭ୍ୟ ବବିତା ରାଣୀ ଜେନା, ଅଜିତ୍ ସାହୁ, ଅଶୋକ ନାୟକ, ଶରତ ସାହୁଙ୍କ ସମେତ ବହୁ ଲୋକ ଯୋଗ ଦେଇଥିଲେ ।






