ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ସଂକ୍ରମିତ ଚିହ୍ନଟ ପରେ ତାଙ୍କର ଆଶୁ ଆରାଗ୍ୟ ତଥା ସୁସ୍ଥତା କାମନା କରି ଆଜି ବିଜୁ ଯୁବ ଜନତା ଦଳ ପକ୍ଷରୁ ଦକ୍ଷୀଣ କାଳୀଙ୍କ ନିକଟରେ ଦୀପଦାନ କରାଯାଇଛି । ବିଜୁ ଯୁବ ଜନତା ଦଳ ସଭାପତି ରମେଶ ସାହୁ, ଦୁର୍ଯ୍ୟୋଧନ ବେହେରା, ମନୋଜ କୁମାର ନାୟକ, ଗୁରପ୍ରସାଦ ଜେନା, ଶ୍ରୀକାନ୍ତ ପଟ୍ଟନାୟକଙ୍କ ସମେତ ଅନେକ ପଂଚାୟତର ଯୁବ ଜନତା ଦଳ ସଭାପତିମାନେ ଯୋଗ ଦେଇ ମନ୍ତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି ।






