ଓଡ଼ଗାଁ: (ବାଘୁଆବାର୍ତ୍ତା): ଓଡ଼ଗାଁ ଅଞ୍ଚଳରେ ବର୍ଦ୍ଧିତ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ଅଞ୍ଚଳବାସୀଙ୍କ ନିଦ ହଜାଇଦେଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ।ଯାହାକୁ ନେଇ ସମଗ୍ର ଓଡ଼ଗାଁ ଅଞ୍ଚଳରେ କରୋନା ମୁକ୍ତି ଏବଂ ମନ୍ତ୍ରୀଙ୍କର ଆରୋଗ୍ୟ କାମନା କରି ଆଜି ବିଲମାନପୁର ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ତାରିଣୀ ମନ୍ଦିର ଠାରେ ସାମୁହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।ଜିଲ୍ଲାପରିଷଦ ସଭ୍ୟ ବିଭୁପ୍ରସାଦ ସାହୁଙ୍କ ନେତୃତ୍ୱରେ ପ୍ରଫୁଲ୍ଲ ସାହୁ ,ଭାସ୍କର ଜେନା ,ଅକ୍ରୁର ଜେନା ,ସୁକାନ୍ତ ଜେନା ନାରାୟଣ ମହାପାତ୍ରଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।






