ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆରୋଗ୍ୟ କାମନା କରି ଆଜି ବିଭିନ୍ନ ସ୍ଥାନରେ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ମଣ୍ଡପଠାରେ ଦୀପଦାନ କରାଯାଇଥିବା ବେଳେ ବଡ଼ପଣ୍ଡୁସରଠାରେ ମଧ୍ୟ ଦୀପଦାନ କରାଯାଇଛି । ସେହିଭଳି ଭାବେ ଚଣ୍ଡିବସ୍ତ ଯୁବଗୋଷ୍ଠୀଙ୍କ ଦ୍ୱାରା ଦକ୍ଷୀଣଚଣ୍ଡି ପୀଠରେ ଦୀପଦାନ କରାଯାଇଛି । ମାଙ୍କପଲ୍ଲୀ ଗ୍ରାମର ପାର୍ବତୀଙ୍କ ପୀଠ ଏବଂ ଖମାରିସାହି ଗ୍ରାମର ଆଖଣ୍ଡଳମଣୀଙ୍କଠାରେ ମଧ୍ୟ ଦୀପଦାନ କରାଯାଇଥିବା ସୂଚନା ମିଳିଛି ।






