ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆରୋଗ୍ୟ କାମନା କରି ଆଜି ବିଭିନ୍ନ ସ୍ଥାନରେ ଦୀପଦାନ ଅନୁଷ୍ଠିତ ହୋଇଯାଇଛି । ଆଜି ମନ୍ତ୍ରୀଙ୍କ ପୈତ୍ରୁକ ଗ୍ରାମ ରାସଙ୍ଗଠାରେ ଏକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେହିଭଳି ମୁଥାଗାଡ଼ିଆ ଦୀପଦାନ କରାଯାଇଛି । ଏଥିସହିତ ନୟାଗଡ଼ ଜିଲ୍ଲା କ୍ରୀଡ଼ାବିତ୍ ଏବଂ କ୍ରୀଡ଼ା ସଂଗଠନ ତରଫରୁ ସାମୂହିକ ଦୀପଦାନ କରାଯାଇଥିବା ବେଳେ ପିଇଓ ଆସୋସିଏସନ ପକ୍ଷରୁ ସଭାପତି ପ୍ରକାଶ ଦାଶ, ସଂପାଦକ ତୁଷାରକାନ୍ତ ନାୟକ ଏବଂ ନୟାଗଡ଼ ବ୍ଲକ ସଭାପତି ଗଗନ ବିହାରୀ ମିଶ୍ରଙ୍କ ନେତୃତ୍ୱରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।






