ଓଡ଼ଗାଁ, (ବାଘୁଆବାର୍ତ୍ତା) : କରୋନା ମହାମାରୀ ସମଗ୍ର ଜିଲ୍ଲାରେ କାୟା ମେଲାଇ ଚାଲିଥିବା ବେଳେ ଏଥିରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଯାହାକୁ ନେଇ କରୋନା ମୁକ୍ତି ଏବଂ ଓଡ଼ଗାଁ ସହରରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସମେତ ମନ୍ତ୍ରୀଙ୍କ ଆରୋଗ୍ୟ କାମନା କରି ଆଜି ରଘୁନାଥ ମନ୍ଦିରଠାରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ଗାଁ ଏନ୍ଏସି ଯୁବ ଜନତା ଦଳ ସଭାପତି ସନ୍ୟାସୀ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂପ୍ରସାଦ ସାହୁଙ୍କ ସମେତ ଅନେକ ଲୋକ ଏହି ଦୀପଦାନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାର୍ଥନା କରିଛନ୍ତି ।





