ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ଦୀପ ଦାନ ଚାଲିଛି । ଏହି ଅବସରରରେ ଗତକାଲି ଧବଳେଇ ଗ୍ରାମ୍ୟ ପରିଚାଳନା କମିଟି, ଡେଭିଲ୍ ଟିମ୍ ସଦସ୍ୟ ଏବଂ ଶୁଭେଚ୍ଛୁଙ୍କ ପକ୍ଷରୁ ଦୀପଦାନ କରାଯାଇଛି । ହନୁମାନ ମନ୍ଦିରଠାରେ ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ବହୁ ଲୋକ ଯୋଗ ଦେଇଥିଲେ ।






