ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ଡ. ଅରୁଣ କୁମାର ସାହୁ କରୋନା କବଳରୁ ଆରୋଗ୍ୟ ଲାଭ କରିବା ପାଇଁ ବିଭିନ୍ନ ସ୍ଥାନରେ ଦୀପଦାନଠାରୁ ଆରମ୍ଭ କରି ପାର୍ଥନା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ବାଲୁଗାଁ ପଂଚାୟତର ବିଭିନ୍ନ ବୁଦ୍ଧିଜବୀ, ଦଳୀୟ କର୍ମୀ ଏବଂ ଶୁଭେଚ୍ଛୁଙ୍କ ତରଫରୁ ଚଣ୍ଡି ମନ୍ଦିରଠାରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଂଚ ପ୍ରତିନିଧି ଜନାର୍ଦ୍ଦନ ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟ ଶ୍ୟାମ ଦଳବେହେରା, ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।





