Tuesday, May 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରକାଶ ପାଇଲା ଶିକ୍ଷକ ବଦଳି କ୍ୟାଲେଣ୍ଡର

by ସଞ୍ଜୟ ସ୍ୱାଇଁ
May 15, 2025
in State
ପ୍ରକାଶ ପାଇଲା ଶିକ୍ଷକ ବଦଳି କ୍ୟାଲେଣ୍ଡର
135
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ଶିକ୍ଷକମାନଙ୍କ ବଦଳି ପ୍ରକ୍ରିୟା କ୍ୟାଲେଣ୍ଡର ପ୍ରକାଶ ପାଇଛି । ବଦଳି ପ୍ରକ୍ରିୟା ପାଇଁ ଆଜିଠୁୁ ଆବେଦନ ଆରମ୍ଭ ହେବ । ଯାହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ବୁଧବାର ଦୁଇଟି ପୃଥକ ଚିଠି ପ୍ରକାଶ ପାଇଛି । ମାଧ୍ୟମିକ ସ୍କୁଲ ଶିକ୍ଷକଙ୍କ ବଦଳି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଗିରିଶ ଚନ୍ଦ୍ର ସିଂ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିବା ବେଳେ ଆଉ ଏକ ଚିଠି ଅତିରିକ୍ତ ସଚିବ ଯଦୁମଣି ମହଲା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଛନ୍ତି । ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ହେବାକୁ ଥିବା ବଦଳି ଆବେଦନ ଗୁରୁବାରଠାରୁ ଆରମ୍ଭ ହେବ । ୩୦ରେ ଆବେଦନ ସରିବା ପରେ ୩୧ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀମାନେ ଆବେଦନକୁ ଅପଲୋଡ୍ କରିବେ । ଜୁନ୍ ୫ରେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଶିକ୍ଷକଙ୍କ ଆବେଦନକୁ ରାଜ୍ୟ ମେଡିକାଲ ବୋର୍ଡ ତର୍ଜମା କରିବ । ଜୁନ୍ ୧୧ରେ ଯୋଗ୍ୟ ବିବେଚିତ ଶିକ୍ଷକଙ୍କ ତାଲିକା ପ୍ରକାଶ ପରେ ୧୩ ତାରିଖରେ ବଦଳି ନିର୍ଦ୍ଦେଶ ବାହାରିବ । ସେହିପରି ଯେଉଁ ସ୍କୁଲରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ରହିଛନ୍ତି ସେମାନଙ୍କ ତାଲିକା ମେ ୩୧ରେ ପ୍ରକାଶ ପାଇବ । ଜୁନ୍ ୧୫ ସୁଦ୍ଧା ଡିଇଓମାନେ ସମାନୁପାତିକ ଶିକ୍ଷକ ପ୍ରସ୍ତାବ ପ୍ରସ୍ତୁତ କରିବେ । ଜୁନ୍ ୩୦ ତାରିଖ ସୁଦ୍ଧା ବଦଳି ନିର୍ଦ୍ଦେଶ ପ୍ରଦାନ କରାଯିବ । ସେହିପରି ପ୍ରାଥମିକ ସ୍କୁଲମାନଙ୍କରେ ଥିବା ଶିକ୍ଷକ ଜିଲ୍ଲାସ୍ତରୀୟ, ଅନ୍ତଃଜିଲ୍ଲାରେ ଥିବା ଦୁଇ ଜଣଙ୍କ ମଧ୍ୟରେ ଆପୋସ ବଦଳି ଓ ଜିଲ୍ଲା ମଧ୍ୟରେ ବଦଳି ପାଇଁ ମଧ୍ୟ ଆଜିଠୁ ଆବେଦନ କରାଯିବ । ୩୦ ତାରିଖରେ ଆବେଦନ ସରିବା ପରେ ଜୁନ୍ ୩ ତାରିଖ ସୁଦ୍ଧା ପ୍ରସ୍ତାବକୁ ବିଇଓମାନେ ଡିଇଓଙ୍କୁ ଦେବେ । ଜୁନ୍ ୫ ସୁଦ୍ଧା ଏହି ପ୍ରସ୍ତାବକୁ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦିଆଯିବ । ଜୁନ୍ ୯ ସୁଦ୍ଧା ନିର୍ଦ୍ଦେଶକ ଏହି ପ୍ରସ୍ତାବକୁ ଅନୁମୋଦନ କରିବେ । ୧୧ ତାରିଖରେ ତାଲିକା ଓସେପା ୱେବସାଇଟ୍ରେ ମିଳିବ । ୧୩ ତାରିଖରେ ନୂଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି । ଯଦି କୌଣସି ସ୍କୁଲରେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍ ଶିକ୍ଷକ ଅଛନ୍ତି ସେମାନଙ୍କ ତାଲିକା ମେ ୧୭ରେ ଓସେପା ପ୍ରସ୍ତୁତ କରିବ । ମେ ୨୬ ସୁଦ୍ଧା ଏକ କମିଟି ଗଠନ କରାଯିବ, ଜୁନ୍ ୩ ସୁଦ୍ଧା ତାଲିକାକୁ କମିଟି ଚୂଡ଼ାନ୍ତ କରିବ । ଜୁନ ୧୦ ସୁଦ୍ଧା ସମସ୍ତ ନିଷ୍ପତ୍ତି ବିଭାଗକୁ ଜଣାଇ ଦିଆଯିବ । ଜୁନ୍ ୧୨ ତାରିଖ ସୁଦ୍ଧା ବିଇଓ, ଡିଇଓ ବଦଳି ନିର୍ଦ୍ଦେଶ ପ୍ରକାଶ କରିବା ସହ ଓସେପାକୁ ପ୍ରଦାନ କରାଯିବ । ଜୁନ୍ ୧୩ ତାରିଖ ସୁଦ୍ଧା ସ୍କୁଲରେ ଶିକ୍ଷକ ଯୋଗଦେବେ ।

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

May 2, 2026
ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

ଖୋରଧା ଜିଲ୍ଲା ପ୍ରେସ କ୍ଲବର ନିର୍ଵାଚନ:ତପନ ସଭାପତି, ପ୍ରକାଶ ସଂପାଦକ ନିର୍ବାଚିତ

May 2, 2026
ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

ନୟାଗଡ଼ ଜିଲ୍ଲାର ପ୍ରମୁଖ ଦେବାଳୟ ସମ୍ପତ୍ତି ସୁରକ୍ଷା ପାଇଁ ହାଇଆଲର୍ଟ ବ୍ୟବସ୍ଥା କରନ୍ତୁ ଆଇଜି ସେଣ୍ଟ୍ରାଲ ରେଞ୍ଜ:ଜିଲ୍ଲା କଂଗ୍ରେସ

May 2, 2026
ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

ନୟାଗଡ଼ ରେ ଓୟୁଜେର ପ୍ରତିବାଦ:କଳାବ୍ୟାଚ ପିନ୍ଧିଲେ, ମେମୋରାଣ୍ଡମ ଦେଲେ

May 2, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା:ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 2, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!