Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୁବଶୀଘ୍ର ଘୋଷଣା ହେବ ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚଙ୍କ ନାଁ

by ସଞ୍ଜୟ ସ୍ୱାଇଁ
June 19, 2024
in NATIONAL NEWS, Sports
ଖୁବଶୀଘ୍ର ଘୋଷଣା ହେବ ଟିମ ଇଣ୍ଡିଆର ନୂଆ ମୁଖ୍ୟ କୋଚଙ୍କ ନାଁ
85
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ଟିମ ଇଣ୍ଡିଆ ମୁଖ୍ୟ କୋଚ ନେଇ ବଡ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ବାଜିପାରେ ନୂଆ କୋଚଙ୍କ ଉପରେ ମୋହର । ମିଳିଥିବା ସୂଚନା ଅନୁସାରେ ରେସରେ ସବୁଠୁ ଆଗରେ ଥିବା ଗୌତମ ଗମ୍ଭୀରଙ୍କ ସମସ୍ତ ସର୍ତ ବିସିସିଆଇ ମାନିଛି । ତେଣୁ ଚର୍ଚ୍ଚା ହେଉଛି ଗୌତମ ହିଁ ହୋଇପାରନ୍ତି ଟିମ ଇଣ୍ଡିଆ ମୁଖ୍ୟ କୋଚ । ସରିବ ଅପେକ୍ଷା, ମିଳିବ ନୂଆ କୋଚ୍ । ବିସିସିଆଇ ମାନିଲା ଗମ୍ଭୀରଙ୍କ ସର୍ତ । ଖୁବଶୀଘ୍ର ବାଜିବ ମୋହର । ରାହୁଲ ଦ୍ରାବିଡଙ୍କ ପରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ହେବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଖେଳାଳି ଗୈøତମ ଗମ୍ଭୀର । ମୁଖ୍ୟ କୋଚ ପଦ ପାଇଁ କେବଳ ଗମ୍ଭୀର ହିଁ ଆବେଦନ କରିଥିଲେ । ସୂଚନା ଅନୁସାରେ ଏନେଈ ସାକ୍ଷାତକାର କାର୍ଯ୍ୟକ୍ରମ ଶେଷ ହୋଇଛି ଓ କୌଣସି ମୁହୁର୍ତରେ ନାଁ ଘୋଷଣା ହୋଇପାରେ । କିଛି ଦିନ ପୂର୍ବରୁ ଗମ୍ଭୀର ଓ ଜୟ ଶାହା ଏକାଠି ନଜର ଆସିଥିଲେ ଏବଂ ଚର୍ଚ୍ଚା ମଧ୍ୟ ବଢିଥିଲା କୋଚ ପାଇଁ ଗମ୍ଭୀର ହିଁ ପ୍ରଥମ ପସନ୍ଦ । ସୂଚନା ଅନୁସାରେ ଗମ୍ଭୀର ବିସିସିଆଇ ଆଗରେ ଯେଉଁ ସର୍ତ ରଖିଥିଲେ ତାକୁ ମଧ୍ୟ ମାନିନେଇଛି ବିସିସିଆଇ । ଗମ୍ଭୀର ଚାହୁଥିଲେ ସେ କୋଚ ହେଲେ ତାଙ୍କ ପସନ୍ଦ ର ସପୋର୍ଟିଂ ଷ୍ଟାପ ରହିବେ ଏବଂ ଏଥିରେ ମଧ୍ୟ ବିିସିସିଆଇ ରାଜି ହୋଇଛି ବୋଲି ସୂଚନା ମିଳିଛି । ନଜର ପକାନ୍ତୁ କାହିଁକି ଗମ୍ଭୀର ପ୍ରଥମ ପସନ୍ଦ—- ମୁଖ୍ୟ କୋଚ ଗମ୍ଭୀର! । ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଦଳରେ ରହିଥିଲେ । ୨୦୧୧ ଦିନିକିଆ ବିଶ୍ୱକପ ଫାଇନାଲରେ ସାଜିଥିଲେ ହିରୋ । କେକେଆରକୁ ୨ଥର ଚାମ୍ପିଆନ କରାଇଥିଲେ ଗମ୍ଭୀର । ମେଂଟର ଭାବେ କେକେଆର ସହ ଯୋଡି ହୋଇଥିଲେ । ଚଳିତ ଆଇପିଏଲରେ କେକେଆରକୁ ଚାମ୍ପିୟନ ପଛରେ ଥିଲା ବଡ ଭୂମିକା । ୪୨ବର୍ଷୀୟ ଗୌତମ ଗମ୍ଭୀର ୨୦୧୮ରେ ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିାଦ କହିଥିଲେ । କ୍ୟାରିୟରରେ ୫୮ ଟେଷ୍ଟ, ୧୪୭ ଦିନିକିଆ ମ୍ୟାଚ ଖେଳି ୧୧ ଟି ଶତକ ସହ ୫୨୩୮ ରନ କରିଛନ୍ତି । ଟି-୨୦ ବିଶ୍ୱକପ ପରେ ଶେଷ ହେଉଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ୨୦୨୩ରେ ସରିଥିଲେ ବିସିସିଆଇ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!