ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜ୍ୟର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋସିଆଲମିଡିଆ ‘ଏକ୍ସ’ରେ ସୂଚନା ଦେଇଛି। ୬ ହଜାର ୦୨୫ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାକୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ପରିଚାଳନା କରିବ। ୬ ,୦୨୫ ପଦ ମଧ୍ୟରେ ଟିଜିଟି ବର୍ଗରେ ୩ ହଜାର ୮୮୪ ପଦ ରହିଛି। ସେଥିମଧ୍ୟରୁ ପିସିଏମ(ବିଜ୍ଞାନ)ର ୧୦୨୦, ସିବିଜେଡ୍(ବିଜ୍ଞାନ) ବର୍ଗର ୮୮୦ଟି ପଦ ରହିଛି। ସେହିପରି ଟିଜିଟି ଆର୍ଟସରେ ୧୯୮୪ଟି ପଦ ରହିଛି। ସେହିପରି ଉଚ୍ଚ ବିଦ୍ୟାଳୟଗୁଡ଼ିକ ପାଇଁ ହିନ୍ଦୀରେ ୭୭୧ ପଦରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇ ଥିବାବେଳେ ୭୨୯ ସଂସ୍କୃତ, ୬ ତେଲୁଗୁ, ୬୮୧ ପିଇଟି ଏବଂ ୧୪ଟି ଊର୍ଦ୍ଧୁ ଶିକ୍ଷକ ପଦ ରହିଛି। ନୂଆ ନିଯୁକ୍ତି ପ୍ରକ୍ରିୟା ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ) ଦ୍ୱରା ତ୍ୱରାନ୍ୱିତ ହେବ। ନିଯୁକ୍ତି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ବଜାୟ ରଖିବା ନେଇ ବିଭାଗ ବିଶେଷ ଗୁରୁତ୍ୱ ଦେଉଛି।