Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର

by ସଞ୍ଜୟ ସ୍ୱାଇଁ
May 7, 2025
in Nayagarh, State
ଚଳିତ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରଚାର
72
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ରାଷ୍ଟ୍ରୀୟ ଆଇନ୍ସେବା ପ୍ରାଧିକରଣ ଓ ଓଡ଼ିଶା ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତବର୍ଷର ଦ୍ୱିତୀୟ ରାଷ୍ଟୀୟ ଲୋକ ଅଦାଲତ ମେ ୧୦ ତାରିଖରେ ଆୟୋଜିତ ହେବାପାଇଁ ଜିଲା ଦୌରାଜଜ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାର ସମସ୍ତ ବ୍ଲକ୍, ସହର, ବଜାର ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ଅଧିକାର ମିତ୍ରମାନଙ୍କୁ ନେଇ ପ୍ରଚାରପ୍ରସାର କାର୍ଯ୍ୟକ୍ରମ ଲିଫ୍ଲେଟ ଏବଂ ଡାକବାଜି ଯନ୍ତ୍ର ମାଧ୍ୟମରେ ଆରମ୍ଭ ହୋଇଯାଇଛି ।

ସଚିବଙ୍କ ଉପସ୍ଥିତିରେ ଅଧିକାରମିତ୍ର ଏବଂ ପ୍ରାଧିକରଣ କର୍ମଚାରୀମାନେ ଲୋକମାନଙ୍କୁ ପ୍ରଚାରପତ୍ର ଏବଂ ଲୋକମାନେ ଲୋକଅଦାଲତର ଲାଭ ନେବାକୁ ବୁଝାଇଥିବାର ଲକ୍ଷ୍ୟ କରାଯାଇଛି । ଏହି ଲୋକ ଅଦାଲତ ଜିଲାର ସମସ୍ତ ବିଚାରବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହେବ ।

ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧିନ ମାମଲା ଯଥା- ଦେୱାନୀ ଓ ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ ବୈବାହିକ ମାମଲା, ଜମି ଅଧିଗ୍ରହଣ, ଶ୍ରମବିବାଦ, ଚେକ୍ ବାଉଁନ୍ସ ମାମଲା ଇତ୍ୟାଦିର ଆପୋଷ ସହମତି ଭିତିରେ ସମାଧାନ କରାଯିବ ।

କେବଳ ବିଚାରାଧିନ ମାମଲା ନୁହେଁ କୌଣସି କୋର୍ଟ କଚୋରୀରେ ମାମଲା ନଥାଇ ପ୍ରାକ୍ ମୋକଦ୍ଦମା ସ୍ତରୀୟ (କଚେରୀରେ ମୋକଦ୍ଦମା ଦାୟର ହୋଇନଥିବା) ସମସ୍ତ ବିବାଦର ମଧ୍ୟ ଆପୋଷ ସମାଧାନ କରାଯିବ ବୋଲି ସ୍ୱେଚ୍ଛାସେବୀମାନେ ବୁଝାଇଛନ୍ତି । ଅଧିକ ସବିଶେଷ ବିବରଣୀ ନିମନ୍ତେ ହେଲ୍ପ ଲାଇନ୍ ନମ୍ବର- ୧୫୧୦୦କୁ ଯୋଗାଯୋଗ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନୁରୋଧ କରାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!