ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଆଥ୍ଲେଟିକ୍ ଆସୋସିଏସନ୍ ଏବଂ ସିନ୍ଦୁରିଆ ୭୮୬ ଆନୁକୂଲ୍ୟରେ ସର୍ବଭାରତୀୟ ନୟାଗଡ଼ ଫୁଟବଲ ଟୁନାମେଣ୍ଟ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ନଭେମ୍ବର ୩୦ ତାରିଖରେ ବିଧାୟକ ଏକାଦଶ ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା ଏବଂ ରଣପୁର ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହେବ । ଡିସେମ୍ବର ୧ରେ ମହିଳା ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହେବ । ଏଥିସହିତ କଟକର ଓଡ଼ିଶା ପୁଲିସ ବନାମ୍ ବିଜୁ ପଟ୍ଟନାୟକ ଫୁଟବଲ୍ ଏକାଡେମୀ ମଧ୍ୟରେ ଖେଳ ହେବ । ଡିସେମ୍ବର ୨ ତାରିଖରେ ସ୍ପୋର୍ଟ ହଷ୍ଟେଲ କଟକ ବନାମ୍ ଚାନ୍ଦୀନ କ୍ଲବ କୋଲକାତା, ଡିସେମ୍ବର ୩ରେ ସାଇଟ୍ ସ୍ପୋର୍ଟ ବଲାଙ୍ଗୀରୀ ବନାମ୍ ଟାଟା ଫୁଟବଲ୍ ଏକାଡେମୀ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ । ଏହି ଖେଳର ବିଜୟୀ ଦଳକୁ ନେଇ ଡିସେମ୍ବର ୪ ତାରିଖରେ ପ୍ରଥମ ସେମିଫାଇନାଲ ଅନୁଷ୍ଠିତ ହେବ । ଡିସେମ୍ବର ୫ ତାରିଖରେ ସାଇ ହଷ୍ଟେଲ କଟକ ବନାମ୍ ରେଲ୍ୱେ ଏଫ୍ସି କୋଲକତା, ୬ ତାରିଖରେ କେରଳ ଇଲେକ୍ଟ୍ରି ସିଟି ବୋର୍ଡ଼ ବନାମ୍ ସଂଘର୍ଷ ସ୍ପୋଟିଂ ବାରାକୋଟ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ବିଜୟୀ ଦଳଙ୍କ ମଧ୍ୟରେ ୭ ତାରିଖରେ ଦ୍ୱିତୀୟ ସେମିଫାଇନାଲ୍ ଅନୁଷ୍ଠିତ ହେବ । ଏହି ଦୁଇ ସେମିଫାଇନାଲ୍ ମ୍ୟାଚର ବିଜୟୀ ଦଳକୁ ନେଇ ଡିସେମ୍ବର ୮ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।