Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିଧାନସଭା ସଠିକ ଭାବେ ଚାଲି ନପାରିବା ଲାଗି ବିରୋଧୀ ହିଁ ଦାୟୀ : ଦେବୀ ମିଶ୍ର

by ସଞ୍ଜୟ ସ୍ୱାଇଁ
October 4, 2023
in Politics, State
ବିଧାନସଭା ସଠିକ ଭାବେ ଚାଲି ନପାରିବା ଲାଗି ବିରୋଧୀ ହିଁ ଦାୟୀ : ଦେବୀ ମିଶ୍ର
41
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିନକୁ ପୂର୍ବରୁ ବିଧାନସଭା ମୁଲତବି ହେବା ନେଇ ବିରୋଧୀଙ୍କ ଉପରେ ବର୍ଷିଛି ବିଜେଡି । ବିଧାନସଭାକୁ ନେଇ ବିରୋଧୀ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅବାନ୍ତର ବୋଲି କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର। ବିରୋଧୀଙ୍କୁ ବାହାରେ କହିବାକୁ ଭଲ ଲାଗୁଛି । କିନ୍ତୁ ଭିତରେ କେବେ ଆଲୋଚନା ପାଇଁ ଆଗ୍ରହ ଦେଖାଉ ନାହାନ୍ତି । ବିଧାନସଭାର ନିୟମାବଳୀ ଅନୁଯାୟୀ ନିଷ୍ପତ୍ତି ନେଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରାଯାଇଛି। ବିଧାନସଭା ସଠିକ ଭାବେ ଚାଲି ନପାରିବା ଲାଗି ବିରୋଧୀ ହିଁ ଦାୟୀ । ଆମେ ବି ଜାନକୀ ବାବୁଙ୍କ ସମୟରେ ବିରୋଧୀ ଦଳରେ ଥିଲୁ। କିନ୍ତୁ ଆମେ ଏମିତି ଭାବେ କେବେ ବିଧାନସଭାକୁ ଅଚଳ କରି ରଖୁ ନଥିଲୁ ବୋଲି କହିଛନ୍ତି ଦେବୀ । ବିଧାନସଭାରେ ସରକାରୀ ଦଳ ସବୁବେଳେ କନ୍ୟା ପକ୍ଷ ଆଉ ବିରୋଧୀ ବରପକ୍ଷ । କିନ୍ତୁ ବରପକ୍ଷ ବି ଆଲୋଚନା ପାଇଁ ଆସିବା ଦରକାର । ଯଦି ଆଉଟ ହେଇଯିବେ କେମିତି ଆଲୋଚନା ହେବ ବୋଲି ପ୍ରଶ୍ନ କରିଛନ୍ତି ଦେବୀ । ସେହିପରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ମଧ୍ୟ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମୌସୁମୀ ଅଧିବେଶନରେ 8 ଟି କାର୍ଯ୍ୟ ଦିବସ ଥିଲା । ହେଲେ ଦୁଃଖର ବିଷୟ ବିରୋଧୀ ଦଳର ଯେଉଁ ଭୂମିକା ଥାଏ ଗୃହରେ ତାହା ଦେଖିବାକୁ ମିଳିଲା ନାହିଁ। ସେମାନେ ଏଥର ଗୃହ ଚଳାଇ ନ ଦେବା ପାଇଁ ଏଜେଣ୍ଡା ନେଇ ଆସିଥିଲେ । ସେଥିପାଇଁ ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ଅଚଳ କରିଥିଲେ। ଏମିତି କି ବାଚସ୍ପତିଙ୍କ ଉପରକୁ ବିଭିନ୍ନ ସାମଗ୍ରୀ ଫୋପାଡିଲେ। ଯେଉଁଥିରେ ଗୃହର ମର୍ଯ୍ୟାଦା ହାନି ହୋଇଛି । ଏ ସବୁ କଥାକୁ ଦେଖିଲେ ଲାଗୁଛି ସେମାନେ ପୂର୍ବରୁ ଗୃହ ଚଲାଇ ନଦେବାକୁ ଯୋଜନା କରିଥିଲେ । ରାଜ୍ୟବାସୀ ବିଧାନସଭା ଚାଲିଲେ ତାଙ୍କର ସମସ୍ୟା ଆଲୋଚନା ହେବ ବୋଲି ଆଶା ରଖି ଥାଆନ୍ତି। ହେଲେ ଏହାକୁ ଅଣଦେଖା କରି ପ୍ରତ୍ୟେକ ଦିନ ଗୃହରେ ହୋହଲ୍ଲା ସହ ଆକ୍ରମଣାତ୍ମକ ଭଙ୍ଗୀରେ ପ୍ରତିବାଦ କରିଛନ୍ତି ବିରୋଧୀ। ଯାହା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ସେପଟେ କଂଗ୍ରେସ ବିଧାନସଭା ଚାଲୁ ବୋଲି ଚାହିଁଥିଲା ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଜେପି ନିଜ ଜିଦରେ ଅଟଳ ରହି ଗୃହ ଚଳାଇ ଦେଲାନି । ଅଧିବେଶନରେ ବହୁତ ସମସ୍ୟା ଥିଲା, ଅଳ୍ପ ସମୟ ଥିଲା l ହେଲେ କିଛି ଆଲୋଚନା ହେଲାନି । ଆମେ ପ୍ରାୟ ଗୃହ ମଧ୍ୟ ଭାଗକୁ ଯାଇନlହୁ l କଂଗ୍ରେସ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଗୃହ ସ୍ବାଭାବିକ ଭାବେ ଚାଲୁ ବୋଲି କହିଥିଲା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!