ଗୋପବନ୍ଧୁ ଏକାଡେମୀରୁ ନିମନ୍ତ୍ରଣ
ନୟାଗଡ଼,(ବାଘୁଆବାର୍ତ୍ତା): ଗୋପବନ୍ଧୁ ଏକାଡେମୀରୁ ପାଠ ପଢ଼ାଇବା ପାଇଁ ନିମନ୍ତ୍ରଣ ପାଇଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ । ୨୦୨୨ ବ୍ୟାଚ ଓଡ଼ିଶା ପ୍ରଶାସନିକ ସେବା ତାଲିମଧାରୀଙ୍କୁ ପଞ୍ଚାୟତ ରାଜ ସମ୍ପର୍କିତ ପାଠ ପଢ଼ାଇବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି । ଆସନ୍ତା ୪ ତାରିଖ ଦୁଇଟି କ୍ଲାସ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନେବେ ବୋଲି ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ପଟ୍ଟନାୟକ ପଞ୍ଚାୟତ ରାଜ ସମ୍ପର୍କିତ ନୀତି ଓ ନିୟମ ଉପରେ ସିଦ୍ଧହସ୍ତ । ସେ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ବ୍ରଜରାଜପୁର ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ରଣପୁର ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୨୨ ମସିହାରୁ ସେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି ।





