Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ନାନବେଦୀରେ ବିଜେ ଚତୁର୍ଦ୍ଧାମୂର୍ତ୍ତି: କଟକଣାରେ ଚାଲିଛି ଦେବସ୍ନାନ ବିଧି

by ସଞ୍ଜୟ ସ୍ୱାଇଁ
June 24, 2021
in Feature News
ସ୍ନାନବେଦୀରେ ବିଜେ ଚତୁର୍ଦ୍ଧାମୂର୍ତ୍ତି: କଟକଣାରେ ଚାଲିଛି ଦେବସ୍ନାନ ବିଧି
87
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା):  ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ କୋଭିଡ୍‌ କଟକଣାରେ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ଚାଲିଛି। ଏଥିପାଇଁ ମଧ୍ୟରାତ୍ରରୁ ଦିଅଁମାନଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ଅଣାଯାଇ ସ୍ନାନବେଦୀରେ ବିଜେ କରାଯାଇଛି। ଏଥର ମଧ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନଯାତ୍ରା ଅବସରରେ ଛେରାପହଁରା କରୁନାହାନ୍ତି। କୋଭିଡ୍‌-୧୯ ନିୟମ ପାଳନ କରୁଥିବାରୁ ସେ ଛେରାପହଁରା କରିବେ ନାହିଁ ବୋଲି ପୂର୍ବରୁ ପ୍ରଶାସନକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ତେଣୁ, ଗଜପତି ମହାରାଜାଙ୍କ ପ୍ରତିନିଧି ଭାବେ ମୁଦିରସ୍ତ ସେବାୟତ ଚଳିତ ବର୍ଷ ଛେରାପହଁରା ନୀତି ସମ୍ପନ୍ନ କରିବେ। ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ନୀତି ଅନୁଯାୟୀ, ବୁଧବାର ରାତି ୧ଟାରେ ମଙ୍ଗଳାର୍ପଣ, ରାତି ୧ଟାରୁ ୪ଟା ଭିତରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ହୋଇ ପହଣ୍ଡି ସଂପନ୍ନ ହୋଇଥିଲା। ତା’ପରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ସାଢ଼େ ୫ଟାରେ ଅଧରପୋଛା, ୬ଟାରେ ଅବକାଶ, ସାଢ଼େ ୬ଟାରେ ରୋଷହୋମ, ୬ଟା ୪୫ରେ ସୂର୍ଯ୍ୟପୂଜା, ୭ଟାରେ ବେଶଶେଷ ଓ ଦ୍ବାରପାଳ ପୂଜା, ସାଢ଼େ ୭ଟାରୁ ସାଢ଼େ ୯ଟା ଭିତରେ ଜଳବିଜେ, ପୂଜା, ସ୍ନାନ, ପୂର୍ବାହ୍ଣ ୧୦ଟାରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହୋଇଥିଲା। ପୂର୍ବାହ୍ଣ ସାଢ଼େ ୧୦ଟାରେ ଛେରା ପହଁରା ନୀତି ପରେ ପୂର୍ବାହ୍ଣ ୧୧ଟାରୁ ୧୨ଟା ଭିତରେ ହାତୀବେଶ ଆୟୋଜନ କରାହେବ । ମଧ୍ୟାହ୍ନ ୧୨ଟାରେ ମହନ୍ତ ଶାଢ଼ିବନ୍ଧା ନୀତି ମଧ୍ୟ ଆୟୋଜନ ହେବ । ଅପରାହ୍ଣ ୧ଟାରୁ ୩ଟା ପର୍ଯ୍ୟନ୍ତ ଘଣ୍ଟଛତା, ସକାଳଧୂପ ନୀତି ଚାଲିବ । ଅପରାହ୍ଣ ୪ଟାରେ ହାତୀବେଶ ମଇଲମ(ଓଲାଗି) ପରେ ସାଢ଼େ ୪ଟାରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୫ଟାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ରାତି ୮ଟା ସୁଦ୍ଧା ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୮ଟାରେ ସୁନା ଚିତା ଓ ରାହୁରେଖା ମଇଲମ(ଓଲାଗି), ରାତି ୯ଟାରୁ ୧୨ଟା ଭିତରେ ତାଟିବନ୍ଧା, ରାତି ସାଢ଼େ ୧୨ଟାରେ ଦଶାବତାର ବିଜେ ନୀତି ଆୟୋଜନ ହେବ । ରାତି ୧ଟାରେ ମହାସ୍ନାନ ହେବ। ରାତି ସାଢ଼େ ୧ଟାରେ ମଇଲମ, ବେଶ, ୨ଟାରୁ ୩ଟା ମଧ୍ୟାହ୍ନଧୂପ, ସାଢ଼େ ୩ଟାରେ ଦକ୍ଷିଣି‌ଘର ଭୋଗ, ଜୟ-ବିଜୟ ଦ୍ବାର ବନ୍ଦ, ବେହେରଣ ଦ୍ବାର ଫିଟା ନୀତି କରାଯିବ। ଭୋର ୪ଟାରେ ଅଣସର ନୀତି, ୪ଟା ୫୦ରେ ପଣା ଭୋଗ, ୫ଟାରେ ବେହେରଣ ଦ୍ବାର ବନ୍ଦ ଓ ଜୟ-ବିଜୟ ଦ୍ବାର ଫିଟା ନୀତି ଆୟୋଜନ ହେବ। ଅଣସର ନୀତି ବେଳେ ୧୫ ଦିନ ଶ୍ରୀମନ୍ଦିର ‌ଘଣ୍ଟଘଣ୍ଟା ନିଷେଧ ରହିବ । ସେପଟେ ଆଇନଶୃଙ୍ଖଳା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଛି । ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଓ ଗଳକନ୍ଦିକୁ ସିଲ୍‌ କରି ଦିଆଯାଇଛି । ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ଭକ୍ତ ତଥା ଜନସାଧାରଣଙ୍କ ପ୍ରବେଶ ସଂପୂର୍ଣ୍ଣ ନି‌ଷେଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ପୁରୀ ସହରକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଛି । ୩୫ ପ୍ଲାଟୁନ ଫୋର୍ସ ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡିଏସପି, ଇନ୍‌ସ୍ପେକ୍ଟର ଆଦି ରାଙ୍କ୍‌ର ୨୩୦ଜଣ ଅଧିକାରୀଙ୍କୁ ମୁତୟନ କରାଯାଇଛି । ସହରର ପ୍ରବେଶ ପଥର ଯଥା ମଙ୍ଗଳାଘାଟ, ବାଟଗାଁ, ମାଳତୀପାଟପୁର, ଗ୍ରିଡ୍‌ ଷ୍ଟେସନ୍‌, ତୋଷାଲି ସ୍ୟାଣ୍ଡ୍‌ ଛକକୁ ସିଲ୍‌ କରାଯାଇଛି । ୧୬ଟି ଆଉର୍ଟ କର୍ଡନ୍‌, ୪୩ଟି ମିଡିଲ୍‌ କର୍ଡନ୍‌ ଓ ୧୬ଟି ଇର୍ନ କର୍ଡନ୍‌ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପ୍ରବେଶ ପଥରେ ବାରିକେଡ୍‌ ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!