Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨ କୋଟି ଟଙ୍କା କ୍ଷତିପୂରଣ ଦେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା

by ସଞ୍ଜୟ ସ୍ୱାଇଁ
June 23, 2021
in Feature News
୨ କୋଟି ଟଙ୍କା କ୍ଷତିପୂରଣ ଦେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା
190
VIEWS
Share on FacebookShare on Twitter

ବେଙ୍ଗାଲୁରୁ,(ବାଘୁଆବାର୍ତ୍ତା): ଏକ ଘରୋଇ ସଂସ୍ଥାକୁ ବଦନାମ କଲା ଭଳି ମନ୍ତବ୍ୟ ଦେବା ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ନିମ୍ନ ଅଦାଲତ ତାଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ଭାବେ ଉକ୍ତ ସଂସ୍ଥାକୁ ଦେବାଲାଗି ନିର୍ଦେଶ ଦେଇଛନ୍ତି। ନନ୍ଦୀ ଇନ୍‌ଫ୍ରାଷ୍ଟ୍ରକଚର କରିଡର ଏଣ୍ଟରପ୍ରାଇଜ୍‌ (ଏନ୍‌ଆଇସିଇ) ନାମକ ସଂସ୍ଥାକୁ ଦେବେଗୌଡ଼ା ଏହି କ୍ଷତିପୂରଣ ରାଶି ଦେବେ ବୋଲି ଅତିରିକ୍ତ ସିଟି ସିଭିଲ୍ ଆଣ୍ଡ୍‌ ସେସନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନିର ଖ୍ୟାତି ପ୍ରତି ଆଞ୍ଚ ପହଞ୍ଚାଇଥିବାରୁ ସେ ଏହି ରାଶି ଦେବେ। ସୂଚନାଯୋଗ୍ୟ ଯେ ୨୦୧୧ ମସିହାରେ ଏକ ଆଞ୍ଚଳିକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତ୍‌କାର ଦେବାବେଳେ ଦେବେଗୌଡ଼ା ଏନ୍‌ଆଇସିଇ ବିରୋଧରେ ଟିପ୍ପଣୀ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଯେତେ ଜିମ ଦରକାର ତାଠାରୁ ଅଧିକ ଜମି ଲୁଟୁଛି ଏହି ସଂସ୍ଥା। ତାଙ୍କର ଏହି ମନ୍ତବ୍ୟ ଉକ୍ତ ସଂସ୍ଥାର ଖ୍ୟାତିକୁ ନଷ୍ଟ କରିଛି ବୋଲି ଦର୍ଶାଇ ଏନ୍‌ଆଇସିଇ ଏକ ମାମଲା ରୁଜୁ କରିଥିଲା। ଏଥିପାଇଁ ୧୦ କୋଟି ଟଙ୍କାର କ୍ଷତିପୂରଣ ମାଗିଥିଲା। ତେବେ ଅଦାଲତରେ ଦେବେଗୌଡ଼ା ଏହାର ପ୍ରମାଣ ଦେଇପାରିନଥିଲେ। ତେଣୁ ଅଦାଲତ ତାଙ୍କୁ ଏହି କ୍ଷତିପୂରଣ ଦେବାଲାଗି କହିଛି। ଅଦାଲତ କହିଛନ୍ତି ଯେ କର୍ଣ୍ଣାଟକ ହାଇକୋର୍ଟ ଏବଂ ସର୍ବୋଚ୍ଚ ଅଦାଲତରେ କମ୍ପାନିର ପ୍ରକଳ୍ପ ଗୁଡ଼ିକୁ ଅନେକ ମାମଲାରେ ସବୁଜ ସଙ୍କେତ ଦିଆଯାଇଛି। ତେଣୁ ଏଭଳି ନିନ୍ଦାସୂଚକ ମନ୍ତବ୍ୟ ଦେଲେ ଭବିଷ୍ୟତରେ ଏଭଳି ମେଗା ପ୍ରକଳ୍ପ ବିଳମ୍ବିତ ହେବ। ତେଣୁ କୌଣସି ଗଣମାଧ୍ୟମରେ ଭବିଷ୍ୟତରେ କମ୍ପାନି ବିରୋଧରେ ଏଭଳି ନିନ୍ଦାସୂଚକ ମନ୍ତବ୍ୟ ନଦେବାଲାଗି କୋର୍ଟ ତାଙ୍କୁ ପରାମର୍ଶ ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!