ଭୁବନେଶ୍ୱର, (ବାଘୁଆବାର୍ତ୍ତା): ହାଇଦ୍ରାବାଦର ପୂର୍ବତନ ପେସ୍ ବୋଲର ଅଶ୍ୱିନ ଯାଦବଙ୍କର ଆଜି ୩୩ବର୍ଷରେ ବୟସରଙ୍କ ମୃତ୍ୟୁ ହୋଇଛି । ଅଶ୍ୱିନଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ଜଣାପଡିଛି । ଅଶ୍ୱିନଙ୍କ ପରଲୋକ ହୋଇଥିବା ଖବର ଭାରତୀୟ କ୍ରିକେଟ୍ ଟିମର ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ଅଶ୍ୱିନଙ୍କ ପାଖରେ ପତ୍ନୀ ଓ ତିନି ପୁଅ ଉପସ୍ଥିତ ଥିଲେ । ପେସ୍ ବୋଲର ଅଶ୍ୱିନଙ୍କ ପରଲୋକ ଖବର ହେବା ପରେ ହାଇଦ୍ରାବାଦ କ୍ରିକେଟରେ ଶୋକର ଛାୟା ଖେଳିଯାଇଛି ।






