Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକକୁ ଧକ୍କା ଦେଲା ଅଟୋ, ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗୁରୁତର

by ସଞ୍ଜୟ ସ୍ୱାଇଁ
March 2, 2025
in Accident, State
ବାଇକକୁ ଧକ୍କା ଦେଲା ଅଟୋ, ସ୍ତ୍ରୀ ମୃତ, ସ୍ୱାମୀ ଓ ପୁଅ ଗୁରୁତର
71
VIEWS
Share on FacebookShare on Twitter

କୋକସରା, (ବାଘୁଆବାର୍ତ୍ତା): ଆମପାଣି ଥାନା ଅନ୍ତର୍ଗତ ଭୁର୍ଷାଗୁଡା ରୁ କୁଳେରଗୁଡା ରାସ୍ତା ମଝିରେ ଏକ ବାଇକକୁ ଅଟୋ ଧକ୍କା ଦେବାରୁ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଓ ପୁଅ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ଗ୍ରାମର ଗୋମତି ଦୁର୍ଗା (୩୫) । ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନ ଚଞ୍ଚରା ଗ୍ରାମ ର ଶଶୀଧର ଦୁର୍ଗା(୪୫) ପତ୍ନୀ ଗୋମତି ଦୁର୍ଗା (୩୫) ଓ ୮ ବର୍ଷ ର ପୁଅ କିରଣ ଦୁର୍ଗା ଏକ ବାଇକରେ (ଓଡ଼ି ୦୮ ଏଚ ୯୬୭୮) ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ଭୁର୍ଷାଗୁଡା ରୁ କୁଳେରଗୁଡା ରାସ୍ତା ମଝିରେ ବାଇକକୁ ଅଟୋ ଧକ୍କା ଦେଇଥିଲା। ଗୋମତି ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶଶୀଧର ଓ କିରଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟିଥିବା ଦେଖି କିଛି ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ ସମେତ ଆମପାଣି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଶଶୀଧର ଓ ତାଙ୍କ ପୁଅକୁ କୋକସରା ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ବାପା ଓ ପୁଅଙ୍କୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆମପାଣି ପୁଲିସ ପହଞ୍ଚି ଶବ ଜବତ ସହ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ସ୍ଥଳରେ ମୃତକଙ୍କ ପରିଜନମାନେ ପହଞ୍ଚି ଦୁର୍ଘଟଣା ଗାଡିକୁ ଠାବ କରିବା ସହ କ୍ଷତିପୂରଣ ଦାବିରେ ବିଜୁ ଏକ୍ସପ୍ରେସ ୱେ କୁ ଅବରୋଧ କରିଥିଲେ। କୋକସରା ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗ ଓ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଘଟଣାସ୍ଥଳରେ ପହଞ୍ଚି ମୃତକ ଙ୍କ ପରିଜନ ଙ୍କ ସହ ଆଲୋଚନା କରିଥିଲେ। ସରକାରୀ ନିୟମ ଅନୁଯାୟୀ ଯାହା କ୍ଷତିପୂରଣ ଅର୍ଥ ରହିଛି ତାହା ଦିଆଯିବା ପ୍ରତିଶ୍ରୁତି ସହ ରେଡ଼କ୍ରସ ରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ଏହା ପରେ ମୃତ ମହିଳାଙ୍କ ଶବ ରାସ୍ତା ରୁ ଉଠାଇବା ସହ ରାସ୍ତା ଅବରୋଧ ହଟିଥିଲା। ପୋଲିସ ମୃତ ମହିଳା ଙ୍କ ଶବ କୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ପଠାଇ ଏକ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଅଟୋଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!