ଅବସରପ୍ରାପ୍ତ ଶିକ୍ଷକଙ୍କର ଜୀବନ ଚାଲିଯାଇଛି।ଓଡ଼ଗାଁ ଥାନା କୁରାଳ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। କୁରାଳ ବେହେରାସାହିର ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ କୁମାର ସାହୁ ଘରେ ଖାଇସାରି ଶୋଇଥିବା ସମୟରେ ରାତି ଗୋଟାଏ ସମୟରେ ଏକ ଡିଜେ ସାଉଣ୍ଡ ଗାଡ଼ି ପ୍ରସେସନ୍ କରି ଗାଁ ବୁଲୁଥିଲା | ଶିକ୍ଷକଙ୍କ ଘର ଆଗ ଦେଇ ଡିଜେ ଗାଡ଼ି ଯିବା ସମୟରେ କିଛି ସମୟ ଘର ଆଗରେ ଅଟକି ଯାଇଥିଲା।ଯୁବକମାନେ ନାଚରେ ଅତିମାତ୍ରାରେ ମସଗୁଲ ହେବା ସହ ଅନ୍ୟ ବିଷୟରେ ଚିନ୍ତା ନ କରି ନ ଥିଲେ।ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୁବ ଜୋରରେ ଆତସବାଜି ମଧ୍ୟ ଫୁଟାଇଥିଲେ।ଯାହା ଫଳରେ ମାତ୍ରାଧିକ ଶବ୍ଦ ଯୋଗୁଁ ଶ୍ରୀ ସାହୁ ଛାତିରେ କଷ୍ଟ ଅନୁଭବ କରିଥିଲେ।କିଛି ସମୟ ପରେ ହୃଦଘାତରେ ପ୍ରାଣବାୟୁ ଉଡିଯାଇଥିଲା।ମୃତ୍ୟୁ ବେଳକୁ ତାଙ୍କୁ ୭୮ ବୟସ ହୋଇଥିଲା।ଡିଜେ ସାଉଣ୍ଡ ଯୋଗୁଁ ପ୍ରଫୁଲ୍ଲଙ୍କର ଜୀବନ ଚାଲିଯିବା ନେଇ ପରିବାର ଲୋକଙ୍କ ସମେତ କୁରାଳ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିବାବେଳେ ଡିଜେ ସାଉଣ୍ଡର ଅନୁପାତ ଯାଞ୍ଚ କରି ଗାଁ ମଧ୍ୟକୁ ଗାଡି ପ୍ରବେଶ କରାଇବା ପାଇଁ ବୁଦ୍ଧିଜୀବୀ ମତପୋଷଣ କରିଛନ୍ତି।ଅନ୍ୟପକ୍ଷେ ସଚେତନ ନାଗରିକଙ୍କ ତରଫରୁ ଖୁବ ଶ୍ରୀଘ ଏ ନେଇ କୁରାଳ ବିଟ ହାଉସରେ ଲିଖିତ ଭାବରେ ଜଣାଇବା ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡିଜେ ସାଉଣ୍ଡ ଲଗାଇବାକୁ କିଏ ଅନୁମତି ଦେଲା ବୋଲି ସାଧାରଣରେ ଆଲୋଚନା ହେଉଛି।ଏହା ଉପରେ ପ୍ରଶାସନର କଟକଣା ନ ଥିବାରୁ ଦିନକୁ ଦିନ ଡିଜେ ମାଲିକ ମାନେ ମନଇଚ୍ଛା ଇଲୋଟ୍ରୋନିକ୍ସ ଯନ୍ତ୍ର ବ୍ୟବହାର କରି ପରିବେଶ ପ୍ରଦୂଷଣ କରୁଛନ୍ତି।ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି।





