ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟରୁ ହଟିଲା ପର୍ଦ୍ଦା । ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ଡିସିପି ପ୍ରତୀକ ସିଂହ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସେ ଆତ୍ମହତ୍ୟା କରିଛନ୍ତି । ଡିସିପି କହିଛନ୍ତି ସବୁ ସ୍ତରରୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପଛର କଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? ଏ ସମସ୍ତ ଦିଗରେ ତଦନ୍ତ ହେଉଛି । କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଆଉ କିଛି ଲୋକଙ୍କୁ ପଚରା ଉଚରା କରାଯିବ । ସିଡ଼ିଆର ଯାଞ୍ଚ ଚାଲିଛି । ଶୁଭଲକ୍ଷ୍ମୀଙ୍କ ତଥାକଥିତ ଅଙ୍କଲଙ୍କର ପୂର୍ବ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ଏହାସହ ଦିପାଲି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି । ଶୁଭ ଲକ୍ଷ୍ମୀ ଯିବା ଆସିବା ସମୟରେ ସିସିଟିଭି, କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । ଉୟକ୍ସ ରିପୋର୍ଟ ରୁ ସେମିତି କିଛି ତଥ୍ୟ ମିଳିନାହିଁ । ତେବେ ପରିବାର ସହ ବନ୍ଧୁ, ବାର୍ର କର୍ମଚାରୀ ଙ୍କୁ ପଚରା ଉଚରା ଚାଲିଛି । ଡିସିପି ଆହୁରି କହିଛନ୍ତି ସୋସିଆଲ ମିଡ଼ିଆରେ କାହା କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ ସେ ସବୁର ତଦନ୍ତ କରାଯାଉଛି । ଭାଇରଲ ଭିଡିଓକୁ ତଦନ୍ତ ପରିସର କରାଯାଉଅଛି । ଭାଇରାଲ ଭିଡିଓ କାହାର କିଏ ଭାଇରାଲ କରୁଛି ତାର ମଧ୍ୟ ତଦନ୍ତ ହେବ । ଆତ୍ମହତ୍ୟା ସହ କଣ ସଂପର୍କ ଅଛି ସେ ସବୁର ତଦନ୍ତ କରାଯାଉଛି । ପୁରୁଷ ବନ୍ଧୁ ଅନିଲ ଭୋଳକୁ ତଦନ୍ତ ପରିସର ଭୁକ୍ତ କରଯାଇଛି ।





