Friday, September 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

1D ଗାୟକ ଲିଆମ ପାଇନଙ୍କ ମୃତ୍ୟୁ

by ସଞ୍ଜୟ ସ୍ୱାଇଁ
October 17, 2024
in NATIONAL NEWS
1D ଗାୟକ ଲିଆମ ପାଇନଙ୍କ ମୃତ୍ୟୁ
60
VIEWS
Share on FacebookShare on Twitter

ଦିଲ୍ଲୀ, (ବାଘୁଆବାର୍ତ୍ତା): ୱାନ ଡିରେକ୍ସନର ପୂର୍ବତନ ଗାୟକ ଲିଆମ ପାଇନଙ୍କ ମୃତ୍ୟୁ। ମାତ୍ର ୩୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଆର୍ଜେଣ୍ଟିନାର ଏକ ହୋଟେଲ ବାଲକୋନିରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, ଗତକାଲି ଲିଆମ ଆର୍ଜେଣ୍ଟିନାର ରାଜଧାନୀ ବଏନସ୍ ଏରିସର ଏକ ହୋଟେଲରେ ଥିଲେ। ସେ ନିୟମିତ ଭାବେ ଏହି ହୋଟେଲକୁ ଆସୁଥିବା କୁହାଯାଉଛି। ଗତକାଲି ମଧ୍ୟ ହୋଟେଲରେ ଥିବାବେଳେ ବାଲକୋନିରେ ବୁଲାବୁଲି କରୁଥିଲେ। ଏହି ସମୟରେ ହଠାତ୍ ବାଲକୋନିରୁ ପଡ଼ି ଯାଇଥିଲେ। ହୋଟେଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି। ପୁଲିସର କହିବା ଅନୁସାରେ, ହୋଟେଲର ପାଖ ବିଲ୍ଡିଂରେ ରହୁଥିବା ସ୍ଥାନୀୟ ଲୋକେ ବାଲକୋନିରେ ଜଣ ବ୍ୟକ୍ତିଙ୍କୁ ଅତ୍ୟଧିକ ମଦ୍ୟପାନ ଏବଂ ଡ୍ରକ୍ସ ସେବନ ପରେ ଉତ୍ତେଜିତ ଅବସ୍ଥାରେ ଦେଖିଥିଲେ। ଏହାର କିଛି ସମୟ ମଧ୍ୟରେ ହୋଟେଲ କର୍ମଚାରୀ ଜୋରରେ ଚିତ୍କାର ଶୁଭିଥିଲା। ଫଳରେ ସେ ହୋଟେଲ ବାହାରେ ଯାଇ ଦେଖନ୍ତି ତ, ଜଣେ ବ୍ୟକ୍ତି ତଳେ ପଡ଼ିଛନ୍ତି। ପରବର୍ତ୍ତୀ ସମୟରେ ସେ ଲିଆମ ପାଇନ ବୋଲି ଜଣାପଡିଥିଲା। ପ୍ରବଳ ନିଶା କାରଣରୁ ସେ ଭାରସାମ୍ୟ ହରାଇ ତିନି ମହଲା କୋଠାର ବାଲକୋନିରୁ ପଡ଼ି ଯାଇଥିବା ପୁଲିସ ସନ୍ଦେହ କରୁଛି। ପ୍ରକାଶ ଥାଉକି, ୱାନ୍ ଡିରେକ୍ସନ ହେଉଛି ଲଣ୍ଡନର ଏକ ପପ୍ ବ୍ୟାଣ୍ଡ। ଲିଆମ ପାଇନ ମଧ୍ୟ ଜଣେ ବ୍ରିଟିଶ ନାଗରିକ। ସେ ପୂର୍ବରୁ ଏହି ବ୍ୟାଣ୍ଡର ଗାୟକ ଥିଲେ। ଏହି ବ୍ୟାଣ୍ଡ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସକ୍ରିୟ ଥିଲା। ବର୍ତ୍ତମାନ ଏହା ବନ୍ଦ ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!