ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଲାଠିପଡା ଗାଁର ବେସ ସୁପରିଚିତ ସମାଜ ସେବି ଭିକାରି ବେହେରାଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସନିବାର ଦିନ ସକାଳ ସମୟରେ ହୃଦଘାତରେ ପରଲୋକ ହୋଇଜାଇଥିବା ଜଣା ପଡିଛି । ଶ୍ରୀ ବେହେରା ଜଣେ ଅବସରପ୍ରାପ୍ତ ସ୍କୁଲ ଏସଆଇ ହୋଇଥିବା ବେଳେ ଲାଠିପଡା ଶ୍ରୀ ନିଳକଣ୍ଠେଶ୍ବର ମନ୍ଦିର ପ୍ରରିଚାଳନା ଦାଈତ୍ବରେ ଥିଲେ । ଏତତ୍ ବ୍ୟତୀତ ଶ୍ରୀ ବେହେରା ରାଜନିତି ସହିତ ମଧ୍ୟ ବେଶ ଜଡିତ ଥିବା ବେଳେ ଜଣେ ପର ଉପକାରି ବ୍ୟକ୍ତି ଭାବେ ଆଖପାଖ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ପରଲୋକରେ ଲାଠିପଡା ତଥା ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।





