ଟାଙ୍ଗୀ, (ବାଘୁଆବାର୍ତ୍ତା): ଟାଙ୍ଗୀ ବ୍ଲକ ବଡ଼ପୋଖରିଆ ପଞ୍ଚାୟତ ଅନ୍ତର୍ଗତ କଣ୍ଠପୁରପାଟଣା ବାସିନ୍ଦା ଅବସରପ୍ରାପ୍ତ ଶିକ୍ଷକ ତଥା ବଡ଼ ପୋଖରିଆ ନିଗମାନନ୍ଦ ବିଦ୍ୟା ନିକେତନର ପ୍ରତିଷ୍ଠାତା ଚିନ୍ତାମଣି ଦାସଙ୍କର ୮୬ ବର୍ଷ ବୟସରଙ୍କ ତାଙ୍କ ଜ୍ୟେଷ୍ଠ ପୁତ୍ର ସତ୍ୟ ରଞ୍ଜନ ପଟ୍ଟନାୟକଙ୍କ ଜଟଣୀସ୍ଥିତ ସରକାରୀ ବାସ ଭବନରେ ଗତ କାଲି ଦେହାନ୍ତ ହୋଇଯାଇଛି । ବଡ଼ପୋଖରୀଆ ନୀଳଜରିପାଟଣା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସେ ଶିକ୍ଷକତା କରୁତବା ସମୟରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ସେ ସକ୍ରିୟ ସଭ୍ୟ ହିସାବରେ ଶିକ୍ଷକ ଆନ୍ଦୋଳନର ଜଣେ ବାସୁଆ ନେତା ଥିଲେ । ନିଗମାନନ୍ଦଙ୍କର ସେ ଥିଲେ ପରମ ଭକ୍ତ । ରାଜ୍ୟର ଅନ୍ୟତମ ବିଶିଷ୍ଟ ଚିକିତ୍ସକ ଡା. ପ୍ରେମାନନ୍ଦ ପଟ୍ଟନାୟକ ହେଉଛନ୍ତି ତାଙ୍କର କନିଷ୍ଠ ପୁତ୍ର ଗ୍ରାମ୍ୟ ଶ୍ମଶାନରେ ତାଙ୍କର ସତ୍କାର କରାଯାଇଛି । ତାଙ୍କ ବିୟୋଗରେ ଖୋରଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଓଷ୍ଟାର ପ୍ରାକ୍ତନ ସଭାପତି ପଦ୍ମନାଭ ବିଶ୍ୱାଳ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପାଇକରାୟ ହାଡିବନ୍ଧ ବଳିୟାରସିଂହ ପ୍ରମୁଖ ବହୁ ସମାଜ ସେବୀ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।





