ନୟାଗଡ଼/ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତକାଲି ଓଡ଼ଗାଁ ବ୍ଲକ ସୁନାମୁହିଁର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି କୁରାଳ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକଙ୍କ ଦଶପଲ୍ଲାଠାରେ ପରଲୋକ ଘଟିଛି । ଅବସରପ୍ରାପ୍ତ ଶିକ୍ଷକ ତ୍ରିଲୋଚନ ପାଣିଗ୍ରାହୀ ତାଙ୍କ ଝିଅ ଘର ଦଶପଲ୍ଲାରେ ଥିବା ବେଳେ ଆଜି ସକାଳୁ ତାଙ୍କର କରୋନା ପରୀକ୍ଷା ପାଇଁ ଦିଆ ଯାଇଥିଲା । ସଂନ୍ଧ୍ୟା ବେଳକୁ ରିର୍ପୋଟ ପଜିଟିଭ୍ ଆସିବା ଖବର ପାଇ ହଠାତ୍ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଏହା ହୃତଘାତ ଜନିତ ବୋଲି ଆଶଙ୍କା କରାଯାଉଛି ।





