ନୟାଗଡ଼, (ବାଘୁଆବାର୍ତ୍ତା): ଶିକ୍ଷାବିତ ତଥା ପରମାନନ୍ଦ ମହାବିଦ୍ୟାଳୟ, ବୋଲଗଡ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ବରିଷ୍ଠ ପ୍ରାଧ୍ୟାପକ ରଜନୀକାନ୍ତ ମିଶ୍ର ୬୯ ବର୍ଷ ବୟସରେ ଈହଲୀଳା ସମ୍ବରଣ କରିଛନ୍ତି । କିଛିଦିନ ଧରି ବାଙ୍ଗାଲୋର ଏକ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସା ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସଦାସର୍ବଦା ଈଶ୍ୱରଙ୍କ ଉପରେ ଆସ୍ଥା ରଖୁଥିବା ସ୍ବର୍ଗତ ମିଶ୍ର ଅତ୍ୟନ୍ତ ସ୍ନେହ କରୁଥିଲେ ଛାତ୍ରଛାତ୍ରୀ ମାନଙ୍କୁ । ତାଙ୍କର ଶିକ୍ଷାଦାନ ପଦ୍ଧତି ନିଆରା ଛାତ୍ରଛାତ୍ରୀ ମାନଙ୍କୁ ମେଧାବୀ କରିବା ସାଙ୍ଗକୁ ନୈତିକ ଶିକ୍ଷା ପ୍ରଦାନକରି ଭଲ ମଣିଷ ହେବାପାଇଁ ଉପଦେଶ ପ୍ରଦାନ କରୁଥିଲେ । ଅନେକ ଜ୍ଞାନର ଅଧିକାରୀ ହୋଇଥିଲେ ମଧ୍ୟ ମନରେ ସାମାନ୍ୟତମ ଗର୍ବ, ଦ୍ୱେଷ ନ ଥିଲା ତାଙ୍କର । ଅନେକ ଶିକ୍ଷା ଅନୁଷ୍ଠାନ ର ପରିଚାଳନା ଦାୟିତ୍ୱ ହାତକୁ ନେଇ ସେଗୁଡିକୁ ସଠିକ ଢଙ୍ଗରେ ଗଢିତୋଳିଥିଲେ ସ୍ବର୍ଗତ ମିଶ୍ର । ତାଙ୍କର ବିୟୋଗରେ ଅନେକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନରେ ଶୋକର ଲହରୀ ଖେଳି ଯାଇଛି ।





