ଦୁବାଇ, (ବାଘୁଆବାର୍ତ୍ତା): ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍ ମୁଶାରଫଙ୍କ ପରଲୋକ । ୭୯ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୁବାଇର ଏକ ହସ୍ପିଟାଲରେ ନିଧନ ହୋଇଥିବା ସୂଚନା ମିଳିଛି । ଲମ୍ବା ସମୟ ଧରି ସେ ରୋଗରେ ପୀଡିତ ଥିଲେ । ମୁଶାରଫ୍ଙ୍କ ପରଲୋକ ନେଇ ପାରିବାର ଲୋକ ସୂଚନା ଦେଇଛନ୍ତି। ପରଭେଜ୍ ମୁଶାରଫ୍ ୨୦୦୧ରୁ ୨୦୦୮ ମସିହା ପର୍ୟ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ଏହା ପୂର୍ବରୁ ସେ ପାକିସ୍ତାନୀ ସେନାର ମୁଖ୍ୟ ଭାବେ କାର୍ୟ୍ୟ କରିଥିଲେ । ୧୯୯୯ ଭାରତ-ପାକିସ୍ତାନ କାର୍ଗିଲ ଯୁଦ୍ଧ ପାଇଁ ମୁଶାରଫ୍ଙ୍କୁ ଦାୟୀ କରାଯାଇଥିଲା । ୧୯୬୫ ମସିହାରେ ଭାରତ-ପାକ୍ ଯୁଦ୍ଧ ଲଢିଲେ ମୁଶାରଫ୍ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।





