Friday, September 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗାଡ଼ି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
April 5, 2025
in Accident, State
ଗାଡ଼ି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ
43
VIEWS
Share on FacebookShare on Twitter

ବାସୁଦେବପୁର, (ବାଘୁଆବାର୍ତ୍ତା): ଶୋଭାଯାତ୍ରା ଦେଖି ଆସୁଥିବା ବେଳେ ଅଘଟଣ । ବାସୁଦେବପୁରରେ ରାମନବମୀ ଉପଲକ୍ଷେ ଚାଲିଥିବା କଳସ ଶୋଭାଯାତ୍ରା ଦେଖି ଆସୁଥିବା ବେଳେ ଘଟିଲା ଦୁର୍ଘଟଣା। ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଦୁଇ ଜଣ ସାଙ୍ଗ ଶୋଭାଯାତ୍ରା ଦେଖି ବାଇକ୍‌ରେ ଆସୁଥିଲେ । ଏହି ସମୟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ପିଟି ହୋଇଥିଲା । ଯାହାଫଳରେ ଗାଡ଼ିରୁ ଦୁଇ ଜଣ ଛିଟ୍‌କି ତଳେ ପଡିଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯୁବକ ବରଣ୍ଡୁଆ ନାରଣପୁର ଗାଁର ମୀନକେତନ ଦଳେଇଙ୍କ ପୁଅ ପଦ୍ମଲୋଚନ ହୋଇଥିବା ବେଳେ ଗୁରୁତର ଥିବା ଯୁବକ ସେହି ଗାଁର ଶ୍ରୀକାନ୍ତ ମହାନ୍ତିଙ୍କ ପୁଅ ସତ୍ୟଜିତ ବୋଲି ଜଣାପଡିଛି । ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ବାସୁଦେବପୁରରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପଟେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଥାନାକୁ ଆଣିଛି । ଏହାସହ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!