Thursday, June 4, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେନା ନେଲା ମୋଷ୍ଟ୍ ୱାଣ୍ଟେଡ୍-୫ ଙ୍କ ମୁଣ୍ଡ ; ମସୁଦ ଅଜହରର ୨ ଶାଳକ ଚିତପଟାଙ୍ଗ୍

by ସଞ୍ଜୟ ସ୍ୱାଇଁ
May 10, 2025
in NATIONAL NEWS
ସେନା ନେଲା ମୋଷ୍ଟ୍ ୱାଣ୍ଟେଡ୍-୫ ଙ୍କ ମୁଣ୍ଡ ; ମସୁଦ ଅଜହରର ୨ ଶାଳକ ଚିତପଟାଙ୍ଗ୍
105
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନ ଏବଂ ତା’ର ପୋଷ୍ୟପୁତ୍ର (ଆତଙ୍କବାଦୀ)ଙ୍କ ନିଦ ଉଡ଼ାଇ ଦେଇଛି ଭାରତ । ଆତଙ୍କୀଙ୍କ କବର ଖୋଳିଛି ଅପରେସନ ସିନ୍ଦୂର । ଏବେ ଗୋଟି ଗୋଟି କରି ସମସ୍ତ ଆତଙ୍କୀଙ୍କ ଡିଟେଲ୍ସ ମଧ୍ୟ ଜାତୀୟ ଗଣମାଧ୍ୟମରେ ଆସିବାରେ ଲାଗିଛି । ପାକିସ୍ତାନରେ ନିହତ ହୋଇଥିବା ଏହି ଆତଙ୍କୀଙ୍କ ଲିଷ୍ଟ୍ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଲସ୍କରର ନୃଶଂସ ଆତଙ୍କୀଙ୍କ ନାଁ ସାମିଲ୍ ରହିଛି । ସୂତ୍ର ମୁତାବକ , ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ଟପ୍-୫ ଆତଙ୍କୀଙ୍କୁ ମାରି ଗଡ଼ାଇଛି । ଏଥିରେ ଲସ୍କର ଆତଙ୍କୀ ମୁଦସ୍ତର ଖାଦିୟାନ ବି ସାମିଲ ଅଛି ଯାହାକୁ ଆତଙ୍କୀସ୍ତାନ ପୁରସ୍କାର ଦେଇଥିଲା । ମୃତ ଆତଙ୍କୀଙ୍କ ତାଲିକାରେ ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ଶାଳକ ମଧ୍ୟ ସାମିଲ ଅଛନ୍ତି । ମହମ୍ମଦ ୟୁସୁଫ ଅଜହରର ନାଁ ମଧ୍ୟ ଏହି ତାଲିକାରେ ରହିଛି । ଏହି ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ବୋମା ବିସ୍ଫୋରଣ କରିଥିବାର ଖବର ମଧ୍ୟ ରହିଛି । ଇଣ୍ଡିଆନ୍ ଏୟାରଲାଇନ୍ସର ଆଇସି-୮୧୪ କୁ ହାଇଜ୍ୟାକ୍ କରିବା ପଛରେ ମଧ୍ୟ ଏହି ଆତଙ୍କୀର ହାତ ଥିଲା । ତାଲିକାରେ ମରିଥିବା ଟପ୍ ଆତଙ୍କୀଙ୍କ ଜାତକ : – ମୁଦସ୍ତର ଖାଦିୟାନ (ଲସ୍କର-ଏ-ତୋଏବା) :- ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ମୁଦସ୍ତରକୁ ଆତଙ୍କୀସ୍ତାନ ପୂର୍ବରୁ ସମ୍ମାନ ଦେଇଥିଲା । ମରକଜ ତେୟବା , ମୁରିଦକେ କ୍ୟାମ୍ପର ମୁଖିଆକୁ ପାକିସ୍ତାନ ସେନା ଅନ୍ତିମ ସଂସ୍କାର ବେଳେ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଗାର୍ଡ଼ ଅଫ୍ ଅନରରେ ମଧ୍ୟ ସମ୍ମାନ କରିଥିଲା । ଗୋଟିଏ ସରକାରୀ ସ୍କୁଲରେ ଆତଙ୍କୀର ଅନ୍ତିମ ବେଳର ନମାଜ୍ ର ଆୟୋଜନ କରାଯାଇଥିଲା । ଏହି ନମାଜ୍ ସମାରୋହରେ ଜଣେ ଅବସରପ୍ରାପ୍ତ ଲେଫ୍ଟିନାଣ୍ଟ୍ ଜେନେରାଲ୍ ସାମିଲ୍ ହୋଇଥିଲେ । ହାଫିଜ ମହମ୍ମଦ ଜମିଲ୍ (ଜୈସ୍-ଏ-ମହମ୍ମଦ) : – ହାଫିଜ ମୌଲାନା ମସୁଦ ଅଜହରର ବଡ଼ ଶାଳକ । ବହାବଲପୁର ମରକଜର ପ୍ରଭାରୀ । କିଶୋର ଏବଂ ଯୁବକଙ୍କୁ କଟ୍ଟରପନ୍ଥୀ କରିବା ଏବଂ ଜୈସ୍-ଏ-ମହମ୍ମଦ ପାଇଁ ଅର୍ଥ କଲେକ୍ସନ୍ କରିବାର କାମ କରୁଥିଲା ହାଫିଜ । ମହମ୍ମଦ ୟୁସୁଫ୍ ଅଜହର (ଜୈସ୍-ଏ-ମହମ୍ମଦ) : – ମହମ୍ମଦ ୟୁସୁଫ୍ ମସୁଦର ସାନ ଶାଳକ । ଜୈସ୍-ଏ-ମହମ୍ମଦ ପାଇଁ ହତିଆରର ଟ୍ରେନିଂ ଦେଉଥିଲା ୟୁସୁଫ୍ । ଜମ୍ମୁ-କାଶ୍ମୀରର ଅନେକ ଆତଙ୍କୀ ଆକ୍ରମଣରେ ସାମିଲ୍ ଥିଲା ୟୁସୁଫ୍ । ଆଇସି-୮୧୪ ଅପହରଣ ମାମଲାରେ ମଧ୍ୟ ୟୁସୁଫ୍ ଅଜହରର ହାତ ଥିଲା ବୋଲି କୁହାଯାଉଛି । ଖାଲିଦ ଓରଫ୍ ଅବୁ ଅକ୍ସା (ଲସ୍କର-ଏ-ତୋଏବା) :- ଜମ୍ମୁ-କାଶ୍ମୀରର ଅନେକ ଆତଙ୍କୀ ଆକ୍ରମଣରେ ସାମିଲ୍ ଥିଲା ଅବୁ ଅକ୍ସା । ଆଫଗାନିସ୍ତାନରୁ ହତିଆର ତସ୍କରୀରେ ସାମିଲ ଥିଲା ଖାଲିଦ । ଯାହାକୁ ଭାରତୀୟ ସେନା ମାରି ଗଡ଼ାଇଛି । ଯେଉଁଥିରେ ବରିଷ୍ଠ ପାକିସ୍ତାନୀ ସେନା ଅଧିକାରୀ ତଥା ଫେସଲାବାଦର ଡେପୁଟି କମିଶନର ସାମିଲ ଥିଲେ । ମହମ୍ମଦ ହସନ୍ ଖାନ୍ (ଜୈସ୍-ଏ-ମହମ୍ମଦ) :- ମହମ୍ମଦ ହସନ୍ ଖାନ୍ କାଶ୍ମୀରର ପୁଅ କିନ୍ତୁ ପାକିସ୍ତାନର ଗୁଣ ଗାଉଥିଲା । ପିଓକେରେ ଜୈସର ଅପରେସନରେ କମାଣ୍ଡରର ଭୂମିକା ନିଭାଉଥିଲା ଏହି ଆତଙ୍କବାଦୀ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!