Friday, May 23, 2025
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସେନା ନେଲା ମୋଷ୍ଟ୍ ୱାଣ୍ଟେଡ୍-୫ ଙ୍କ ମୁଣ୍ଡ ; ମସୁଦ ଅଜହରର ୨ ଶାଳକ ଚିତପଟାଙ୍ଗ୍

by ସଞ୍ଜୟ ସ୍ୱାଇଁ
May 10, 2025
in NATIONAL NEWS
ସେନା ନେଲା ମୋଷ୍ଟ୍ ୱାଣ୍ଟେଡ୍-୫ ଙ୍କ ମୁଣ୍ଡ ; ମସୁଦ ଅଜହରର ୨ ଶାଳକ ଚିତପଟାଙ୍ଗ୍
102
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପାକିସ୍ତାନ ଏବଂ ତା’ର ପୋଷ୍ୟପୁତ୍ର (ଆତଙ୍କବାଦୀ)ଙ୍କ ନିଦ ଉଡ଼ାଇ ଦେଇଛି ଭାରତ । ଆତଙ୍କୀଙ୍କ କବର ଖୋଳିଛି ଅପରେସନ ସିନ୍ଦୂର । ଏବେ ଗୋଟି ଗୋଟି କରି ସମସ୍ତ ଆତଙ୍କୀଙ୍କ ଡିଟେଲ୍ସ ମଧ୍ୟ ଜାତୀୟ ଗଣମାଧ୍ୟମରେ ଆସିବାରେ ଲାଗିଛି । ପାକିସ୍ତାନରେ ନିହତ ହୋଇଥିବା ଏହି ଆତଙ୍କୀଙ୍କ ଲିଷ୍ଟ୍ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଲସ୍କରର ନୃଶଂସ ଆତଙ୍କୀଙ୍କ ନାଁ ସାମିଲ୍ ରହିଛି । ସୂତ୍ର ମୁତାବକ , ଭାରତ ଅପରେସନ୍ ସିନ୍ଦୂର ମାଧ୍ୟମରେ ପାକିସ୍ତାନର ଟପ୍-୫ ଆତଙ୍କୀଙ୍କୁ ମାରି ଗଡ଼ାଇଛି । ଏଥିରେ ଲସ୍କର ଆତଙ୍କୀ ମୁଦସ୍ତର ଖାଦିୟାନ ବି ସାମିଲ ଅଛି ଯାହାକୁ ଆତଙ୍କୀସ୍ତାନ ପୁରସ୍କାର ଦେଇଥିଲା । ମୃତ ଆତଙ୍କୀଙ୍କ ତାଲିକାରେ ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ଶାଳକ ମଧ୍ୟ ସାମିଲ ଅଛନ୍ତି । ମହମ୍ମଦ ୟୁସୁଫ ଅଜହରର ନାଁ ମଧ୍ୟ ଏହି ତାଲିକାରେ ରହିଛି । ଏହି ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କୀ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ବୋମା ବିସ୍ଫୋରଣ କରିଥିବାର ଖବର ମଧ୍ୟ ରହିଛି । ଇଣ୍ଡିଆନ୍ ଏୟାରଲାଇନ୍ସର ଆଇସି-୮୧୪ କୁ ହାଇଜ୍ୟାକ୍ କରିବା ପଛରେ ମଧ୍ୟ ଏହି ଆତଙ୍କୀର ହାତ ଥିଲା । ତାଲିକାରେ ମରିଥିବା ଟପ୍ ଆତଙ୍କୀଙ୍କ ଜାତକ : – ମୁଦସ୍ତର ଖାଦିୟାନ (ଲସ୍କର-ଏ-ତୋଏବା) :- ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ମୁଦସ୍ତରକୁ ଆତଙ୍କୀସ୍ତାନ ପୂର୍ବରୁ ସମ୍ମାନ ଦେଇଥିଲା । ମରକଜ ତେୟବା , ମୁରିଦକେ କ୍ୟାମ୍ପର ମୁଖିଆକୁ ପାକିସ୍ତାନ ସେନା ଅନ୍ତିମ ସଂସ୍କାର ବେଳେ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଗାର୍ଡ଼ ଅଫ୍ ଅନରରେ ମଧ୍ୟ ସମ୍ମାନ କରିଥିଲା । ଗୋଟିଏ ସରକାରୀ ସ୍କୁଲରେ ଆତଙ୍କୀର ଅନ୍ତିମ ବେଳର ନମାଜ୍ ର ଆୟୋଜନ କରାଯାଇଥିଲା । ଏହି ନମାଜ୍ ସମାରୋହରେ ଜଣେ ଅବସରପ୍ରାପ୍ତ ଲେଫ୍ଟିନାଣ୍ଟ୍ ଜେନେରାଲ୍ ସାମିଲ୍ ହୋଇଥିଲେ । ହାଫିଜ ମହମ୍ମଦ ଜମିଲ୍ (ଜୈସ୍-ଏ-ମହମ୍ମଦ) : – ହାଫିଜ ମୌଲାନା ମସୁଦ ଅଜହରର ବଡ଼ ଶାଳକ । ବହାବଲପୁର ମରକଜର ପ୍ରଭାରୀ । କିଶୋର ଏବଂ ଯୁବକଙ୍କୁ କଟ୍ଟରପନ୍ଥୀ କରିବା ଏବଂ ଜୈସ୍-ଏ-ମହମ୍ମଦ ପାଇଁ ଅର୍ଥ କଲେକ୍ସନ୍ କରିବାର କାମ କରୁଥିଲା ହାଫିଜ । ମହମ୍ମଦ ୟୁସୁଫ୍ ଅଜହର (ଜୈସ୍-ଏ-ମହମ୍ମଦ) : – ମହମ୍ମଦ ୟୁସୁଫ୍ ମସୁଦର ସାନ ଶାଳକ । ଜୈସ୍-ଏ-ମହମ୍ମଦ ପାଇଁ ହତିଆରର ଟ୍ରେନିଂ ଦେଉଥିଲା ୟୁସୁଫ୍ । ଜମ୍ମୁ-କାଶ୍ମୀରର ଅନେକ ଆତଙ୍କୀ ଆକ୍ରମଣରେ ସାମିଲ୍ ଥିଲା ୟୁସୁଫ୍ । ଆଇସି-୮୧୪ ଅପହରଣ ମାମଲାରେ ମଧ୍ୟ ୟୁସୁଫ୍ ଅଜହରର ହାତ ଥିଲା ବୋଲି କୁହାଯାଉଛି । ଖାଲିଦ ଓରଫ୍ ଅବୁ ଅକ୍ସା (ଲସ୍କର-ଏ-ତୋଏବା) :- ଜମ୍ମୁ-କାଶ୍ମୀରର ଅନେକ ଆତଙ୍କୀ ଆକ୍ରମଣରେ ସାମିଲ୍ ଥିଲା ଅବୁ ଅକ୍ସା । ଆଫଗାନିସ୍ତାନରୁ ହତିଆର ତସ୍କରୀରେ ସାମିଲ ଥିଲା ଖାଲିଦ । ଯାହାକୁ ଭାରତୀୟ ସେନା ମାରି ଗଡ଼ାଇଛି । ଯେଉଁଥିରେ ବରିଷ୍ଠ ପାକିସ୍ତାନୀ ସେନା ଅଧିକାରୀ ତଥା ଫେସଲାବାଦର ଡେପୁଟି କମିଶନର ସାମିଲ ଥିଲେ । ମହମ୍ମଦ ହସନ୍ ଖାନ୍ (ଜୈସ୍-ଏ-ମହମ୍ମଦ) :- ମହମ୍ମଦ ହସନ୍ ଖାନ୍ କାଶ୍ମୀରର ପୁଅ କିନ୍ତୁ ପାକିସ୍ତାନର ଗୁଣ ଗାଉଥିଲା । ପିଓକେରେ ଜୈସର ଅପରେସନରେ କମାଣ୍ଡରର ଭୂମିକା ନିଭାଉଥିଲା ଏହି ଆତଙ୍କବାଦୀ ।

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

ବିଜେଡିର ରାଜ୍ୟ ସ୍ତରୀୟ ନୂଆ ଶୃଙ୍ଖଳା କମିଟି ଗଠନ

May 22, 2025
ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

ପୁଣି ୪ ଦିନିଆ ରିମାଣ୍ଡରେ ଜ୍ୟୋତି ମଲହୋତ୍ରା

May 22, 2025
ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

ଇଟାଭାଟି ମାଲିକଠାରୁ ମିଳିଲା ମୁକ୍ତି

May 22, 2025
୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ,  ବନ୍ଧାହେଲେ ୪ ଅଧିକାରୀ

୨୦ ଲକ୍ଷ ଟଙ୍କାର ସରକାରୀ ପାଣ୍ଠି ହଡ଼ପ, ବନ୍ଧାହେଲେ ୪ ଅଧିକାରୀ

May 22, 2025
ବଲାଙ୍ଗୀର ବିଜେପିରେ ଫାଟ,  ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର ବିଜେପିରେ ଫାଟ, ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

May 22, 2025

© 2025 Baghuabarta. Designed & Developed by WHI Digital Pvt. Ltd.

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!