ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା କାଳିକା ପ୍ରସାଦ ପଞ୍ଚାୟତ ମାନପୁର ଗ୍ରାମ (କରଣ ସାହି)ର ତ୍ରିନାଥ ମହାପାତ୍ରଙ୍କର ନିଜ ବାସ ଭବନରେ ଅକାଳ ବିୟୋଗ ଘଟିଲା । ଶେଷ ସମୟରେ ତାଙ୍କ ପାଖରେ ବଡ଼ ପୁଅ ବସନ୍ତ ମହାପା୍ତ୍ର, ବୋହୁ ସରୋଜିନି ମହାପାତ୍ର, ସାନ ପୁଅ ସୀତାଂଶୁ ଶେଖର ମହାପାତ୍ର (କାଳିଆ) ବୋହୁ ସରୋଜବାଳା ମହାପାତ୍ର, ଦୁଇ ଝିଅ, ଭଣଜା ଭାଣେଜି ଓ ତାଙ୍କ ପରିଚିତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ପିଲାଟି ଦିନରୁ ଶେଷ ପର୍ଯ୍ୟନ୍ତ ତାଙ୍କର ଜୀବନ ଶୈଳୀ ସାତ୍ୱିକ ରହିଥିଲା । ସେ ଜଣେ ପରୋପକାରୀ, ଦରଦୀ, ସ୍ନେହ ବତ୍ସଳ, ଅମାୟୀକ ମଣିଷ ଥିଲେ । ଏହି ବିଶେଷ ଗୁଣ ଯୋଗୁ ସେ ପ୍ରାୟ ୧୦୦ ଖଣ୍ଡ ଗ୍ରାମରେ ପରିଚିତ ଥିଲେ । ତତ୍ ସହିତ କର୍ମ ଜୀବନରେ ତାଙ୍କର କୁଶଳତା ନିଖୁଣ ସ୍ୱର୍ଣ୍ଣ କାରୀଗରି ଦ୍ୱାରା ପ୍ରତିଫଳିତ ହୋଇଥିଲା । ଏହି ଦକ୍ଷତା ପାଇଁ ପୂର୍ବେ ପୁରୀ ଜିଲ୍ଲାର କାରୀଗର ସଂଘ ଦ୍ୱାରା ସେ ସମ୍ମାନିତ ହୋଇଥିଲେ । ବହୁ ଲୋକଙ୍କର ହୃଦୟରେ ଛାପ ଛାଡି ଯାଇଥିବାରୁ ତାଙ୍କର ମୃତ୍ୟୁ ଦ୍ୱାରା ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ତାଙ୍କର ଅନ୍ତେଷ୍ଟିକ୍ରିୟା ନିଜ ଗ୍ରାମର ଶ୍ମସାନରେ କରାଯାଇଥିଲା । ଏଥିରେ ବନ୍ଧୁବାନ୍ଧବ, କୁଟୁମ୍ବ ଓ ଅନେକ ଲୋକ ଉପସ୍ଥିତ ଥିଲେ । ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ଆମ୍ଭେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା





