Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରଲୋକରେ କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ

by ସଞ୍ଜୟ ସ୍ୱାଇଁ
May 30, 2025
in State
ପରଲୋକରେ କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ
54
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ପରଲୋକରେ ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ । ୭୪ ବର୍ଷ ବୟସରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । କାମାକ୍ଷାନଗର ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ପରଲୋକ ହୋଇଛି । ସୂଚନା ଥାଉକି, କାମାକ୍ଷାନଗର ନିର୍ବାଚନମଣ୍ଡଳୀରୁ ୩ ଥର ବିଧାୟକ ଥିଲେ । ୨ ଥର ବିଜେପି ଓ ଥରେ ବିଜେଡ଼ିରୁ ନିର୍ବାଚିତ ହୋଇଥିଲେ ।୧୯୭୭ରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟିରୁ ନିର୍ବାଚିତ ହୋଇଥିଲେ । ରାଜ୍ୟର ପ୍ରଥମ ବିଜେପି ବିଧାୟକ ଥିଲେ ପ୍ରସନ୍ନ ପଟ୍ଟନାୟକ । ଅନେକ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକପ୍ରିୟ ହୋଇଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି । ସେପଟେ ପ୍ରସନ୍ନ ବିୟୋଗରେ ଶୋକପ୍ରକାଶ କରିଛନ୍ତି ଅନେକ ନେତୃବୃନ୍ଦ । ମଲ୍ଟି ଅର୍ଗାନ ଫେଲ କାରଣରୁ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି (ଗୁରୁବାର) ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହୋଇଥିଲା । ଆଜି (ଶୁକ୍ରବାର) ଭୋରୁ ତାଙ୍କର ଦେହାନ୍ତ ହୋଇଛି । ୧୯୪୮ ଜୁନ୍ ୧ ଢେଙ୍କାନାଳ ଜିଲ୍ଲା ଭୁବନରେ ଜନ୍ମଗ୍ରହଣ କରିଥିଲେ ପ୍ରସନ୍ନ । ମୋଟ ୩ ଥର କାମାକ୍ଷାନଗରରୁ ସେ ବିଧାୟକ ହୋଇଥିଲେ । ରାଜ୍ୟରେ ବିଜେପିର ମୂଳଦୁଆ ପକାଇବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଛାତ୍ରନେତା ଭାବେ ୧୯୬୪ ମସିହାରେ ଐତିହାସିକ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏହାପରେ ସେ ସ୍ୱଗର୍ତ ଆର.ଏନ୍ ସିହଂଦେଓଙ୍କ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲ୍ଲା ଯୁବ ସ୍ୱତନ୍ତ୍ର ପାର୍ଟିର ସଭାପତି ହୋଇଥିଲେ । ୧୯୭୭ରେ ପ୍ରଥମ ଥର ପ୍ରସନ୍ନ ପଟ୍ଟନାୟକ ଭାରତୀୟ ଜନତା ପାର୍ଟିରୁ ବିଜୟୀ ହୋଇଥିଲେ । ୧୯୯୦ରେ ପୁଣି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଶେଷ ଥର ପାଇଁ ୨୦୧୪ରେ ବିଜେପି ଦଳକୁ ଟିକେଟ୍ ପାଇଥିଲେ ହେଲେ ହାରି ଯାଇଥିଲେ । ଜଣେ ରାଜନେତା ଓ ସାମାଜିକ କର୍ମୀ ଭାବେ ସେ ଜନତାଙ୍କ ହୃଦୟରେ ଘର କରିଥିଲେ । ଦୁଇ ଦିନ ପରେ ଜନ୍ମଦିନ ପାଳନ କରିଥାନ୍ତେ ହେଲେ ଆଖି ବୁଜିଛନ୍ତି ପ୍ରସନ୍ନ ପଟ୍ଟନାୟକ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!