ନୟାଗଡ, (ବାଘୁଆବାର୍ତ୍ତା): ନୟାଗଡ ବ୍ଲକ ଅନ୍ତର୍ଗତ ଇଟାମାଟି ଗ୍ରାମର ବଡ଼ଟାଙ୍ଗୀପାଟଣା ସାହିର ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ସାହୁ (୮୧) ଙ୍କ ର ପରଲୋକ ହୋଇଯାଇଚି | ଦାମୋଦର ସାର ନିଜ ବାସ ଭବନ ରେ ମୃତ୍ୟୁ ବରଣ କରିଛନ୍ତି | ତାଙ୍କ ର ୨ ପୁତ୍ର ଅଛନ୍ତି | ଗାଁ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କର ଜେଷ୍ଟ ପୁତ୍ର ନିଗମା ନନ୍ଦ ମୁଖାଗ୍ନି ଦେଇଥିଲେ | ସେ ଜଣ ଆଦର୍ଶ ଶିକ୍ଷକ ଭାବେ ଗାଁ ରେ ପରିଚିତ | ସାର ଙ୍କ ପରଲୋକ ରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା | ତାଙ୍କ ମୃତ୍ୟୁ ଖବର ଶୁଣି ବହୁ ଶିକ୍ଷକ, ସମାଜସେବୀ, ଗାଁ ର ବ୍ୟଜେଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷ ଦର୍ଶନ କରିଥିଲେ | ଅବସର ପ୍ରାପ୍ତ ଶିକ୍ଷକ ସଂଘର ସଭାପତି ପ୍ରହଲ୍ଲାଦ ଶାନ୍ତ, ଉପସଭାପତି ଶ୍ୟାମ ସୁନ୍ଦର ପାତ୍ର, ସମ୍ପାଦକ ରାଜକିଶୋର ନାୟକ, ପ୍ରସନ୍ନ କୁମାର ଦାଶ, ପ୍ରଦୀପ୍ତ କୁମାର ସାହୁ (ଯୋଗଗୁରୁ)ସମାଜସେବୀ ଭାଗିରଥି ବାଇ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି |





